ରାଉରକେଲା : ସାତ ଦଫା ଦାବି ପୂରଣ ନେଇ ରାଉରକେଲା ମୁନିସିପାଲ କର୍ପୋରେସନ ଏମ୍ପ୍ଲଇଜ ୟୁନିୟନ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।।

0 373

ରାଉରକେଲା : ୧୧/୧୨ (ସତ୍ୟାନ୍ୟୁଜ) ସାତ ଦଫା ଦାବି ପୂରଣ ନେଇ ରାଉରକେଲା ମୁନିସିପାଲ କର୍ପୋରେସନ ଏମ୍ପ୍ଲଇଜ ୟୁନିୟନ ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ମୁହଁରେ କଳା କପଡା ବାନ୍ଧି କର୍ମଚାରୀ ମାନେ ସୋମବାର ଦିନ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଦାବି ମଧ୍ୟରେ ସର୍ବନିମ୍ନ ପେନସନ୍ ପ୍ରଦାନ , କର୍ମଚାରୀଙ୍କୁ ଗ୍ରାଚୁଇଟି ଏବଂ ସ୍ଥାୟୀ ନିଯୁକ୍ତି ପ୍ରଦାନ , କର୍ମଚାରୀଙ୍କ ଚିକିତ୍ସା ନିମନ୍ତେ ସ୍ଥାୟୀ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ଏହାଛଡା ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀ ମାନଙ୍କୁ ନିଯୁକ୍ତି , ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ଏକକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ ଦାବି ମଧ୍ୟ କରାଯାଇଛି। ଏହି ଧାରଣାରତ କର୍ମଚାରୀଙ୍କୁ ସଂଘର ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି , ପୂର୍ବତନ ନଗରପାଳ ତଥା କର୍ମଚାରୀ ସଂଘର ପୂର୍ବତନ ଅଧ୍ୟକ୍ଷ କାଳନ୍ଦୀ ବଡ଼ଜେନା ପ୍ରମୁଖ ସମର୍ଥନ ଜଣାଇ ଧାରଣାରେ ବସିଥିଲେ।

Leave A Reply

Your email address will not be published.