ରାଉରକେଲା : ୧୧/୧୨ (ସତ୍ୟନ୍ୟୁଜ) ରବିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇ ଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଶୋରୁମ୍ ର ସମସ୍ତ ଜିନିଷ ପୋଡି ଯାଇଥିଲା। ଏହି ଅଗ୍ନିକାଣ୍ଡ ଘଟିଛି ରାଉରକେଲା ଜେପି ହସ୍ପିଟାଲ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଥିବା ଭାରତ ବଜ଼ାର ଡିପାର୍ଟମେଣ୍ଟାଲ ଷ୍ଟୋରରେ । ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ।