ରାଉରକେଲା : ୭/୧୨ (ସତ୍ୟାନ୍ୟୁଜ) ରାଉରକେଲା ସୁନ୍ଦରଗଡ ସମେତ ବଲାଙ୍ଗୀର , ଟିଟିଲାଗଡ , ସମ୍ବଲପୁର , ବୌଦ୍ଧ ଆଦି ସ୍ଥାନରେ ଦୂତୀୟ ଦିନରେ ଚାଲିଛି ଆଇଟି ରେଡ୍। ଏହି ଚଢ଼ାଉରେ ଏପର୍ଯ୍ୟନ୍ତ ୨୦୦ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ ହେଲାଣି। ବୌଦ୍ଧରେ ମଦ ପ୍ରସ୍ତୁତ କରୁଥିବା ଏକ କମ୍ପାନୀର ଆୟକର ଫାଙ୍କି ଲିଙ୍କ୍ ରେ ଏହି ଚଢଉ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଏହି ରେଡ୍ ରେ ଏପର୍ଯ୍ୟନ୍ତ ୨୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଆୟକର ବିଭାଗର ଏହି ଚଢଉ ଏବେବି ଜାରି ରହିଛି।
ବୁଧବାର ସକାଳେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ୍ ଉପରେ ଆଇଟି ରେଡ୍ କରିଥିଲା। କମ୍ପାନୀର ଉତ୍ପାଦନ ଓ ବ୍ୟବସାୟ ସହ ଆୟକର ଯାଞ୍ଚ କରାଯାଇଛି। ସେପଟେ ବୌଦ୍ଧ ରାମ୍ଭିକଟା ସ୍ଥିତ କମ୍ପାନୀର ଫ୍ୟାକ୍ଟ୍ରୀ ଓ ଅଫିସରେ ମଧ୍ୟ ଚଢଉ ହୋଇଛି। ସମ୍ବଲପୁରରେ ମଧ୍ୟ ଆୟକର ବିଭାଗର ଚଢ଼ାଉ ହୋଇଛି। ରାଉରକେଲାର ସିଭିଲ ଟାଉନଶିପରେ ଜଣେ ବ୍ୟବସାୟୀଙ୍କ ଘରେ ରେଡ୍ ଚାଲିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ରେ ଜଣେ ମଦ ବ୍ୟବସାୟୀଙ୍କ ଘରେ ଇନକମ ଟ୍ୟାକ୍ସ ରେଡ୍ ଆଜି ଦୂତୀୟ ଦିନରେ ମଧ୍ୟ ଚାଲିଛି।