ରାଉରକେଲା : ରାଉରକେଲାରେ ୬୧ ତମ ଗୃହରକ୍ଷୀ ଏବଂ ବେସାମରିକ ବାହିନୀ ପ୍ରତିଷ୍ଠା ଦିବସ ପାଳିତ।।ବିଭିନ୍ନ ପ୍ରକାର ଉଦ୍ଧାର କାର୍ଯ୍ୟର ଡେମୋନ ଷ୍ଟ୍ରେସନ।

0 366

ରାଉରକେଲା : ୬/୧୨ (ସତ୍ୟାନ୍ୟୁଜ) ଉଦିତନଗର ମିନି ଷ୍ଟାଡିଅମରେ ୬୧ ତମ ଗୃହରକ୍ଷୀ ଏବଂ ବେସାମରିକ ବାହିନୀ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର ଯୋଗ ଦେଇ ଅୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏହାଛଡା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲା ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ର ଏବଂ ରାଉରକେଲା ଏସପି ଡକ୍ତର ମିତ୍ରଭାନୁ ମହାପାତ୍ର ଉପସ୍ଥିତ ଥିଲେ। ଜରୁରୀ କାଳୀନ ସ୍ଥିତିରେ କିପରି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିବ ତାର ପ୍ରଦର୍ଶନ କରା ଯାଇଥିଲା। ନିଆଁ ଲାଗିଲେ କିପରି ଏହାକୁ ଆୟତ୍ତ କରାଯିବ ଏବଂ ନିଆଁରେ ଫସିଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ ସେ ବାବଦରେ ଡେମୋନଷ୍ଟ୍ରେସନ କରାଯାଇଥିଲା।

Leave A Reply

Your email address will not be published.