ରାଉରକେଲା : ପ୍ରଦୂଷଣ ଅଭିଯୋଗରେ କାରଖାନା ସିଲ୍ କଲା ପ୍ରଦୂଷଣ ବିଭାଗ।। ଟାୟାର ଜଳାଇ ତେଲ ବାହାର କରୁଥିଲା କମ୍ପାନୀ।

0 2,551

ରାଉରକେଲା : ୧୦/୧୧ (ସତ୍ୟାନ୍ୟୁଜ) ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳ ଜିଆବାହାଲ ରେ ଥିବା ଶିବା ଗ୍ରୀନ ଏନର୍ଜି କାରଖାନାକୁ ପ୍ରଦୂଷଣ ବିଭାଗ ପକ୍ଷରୁ ସିଲ୍ କରି ଦିଆଯାଇଛି। ଏହି କାରଖାନାରେ ଗାଡିର ପୁରୁଣା ଟାୟାର କୁ ଜଳାଇ କଳା ଜାତୀୟ ତେଲ ବାହାର କରା ଯାଉଥିଲା। ଫଳରେ ଏହି ଅଞ୍ଚଳରେ ପ୍ରଦୂଷଣ ହେଉଥିବା ଅଭିଯୋଗ ହେଉଥିଲା। ଅଭିଯୋଗ ପାଇବା ପରେ ଗୁରୁବାର ଦିନ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ରଜତ କୁମାର ସେଠୀ ସେଠାରେ ପହଞ୍ଚି ଯାଞ୍ଚ ପରେ କାରଖାନା ସିଲ୍ କରିଥିଲେ। ଏହି ଚଢ଼ାଉରେ ଲାଠିକଟା ତହସିଲଦାର ଆର୍ତ୍ତ ତ୍ର।ଣ ପାଠୀ , ବ୍ରାହ୍ମଣୀ ତରଙ୍ଗ ଥାନା ଅଧିକାରୀ କ୍ଷୀତିସ ଚନ୍ଦ୍ର ପାତ୍ର , ବିଦ୍ୟୁତ ବିଭାଗ ଅଧିକାରୀ ମାନେ ସାମିଲ ଥିଲେ।

Leave A Reply

Your email address will not be published.