ରାଉରକେଲା : ବିଶ୍ରା ଥାନା ଅଞ୍ଚଳରେ ଗୁଳି ମାଡ଼ରେ ଯୁବକ ଗୁରୁତର।। ରାଉରକେଲା ସରକାରୀ ଡାକ୍ତରଖାନା ରେ ଭର୍ତ୍ତି।

0 858

ରାଉରକେଲା : ୪/୧୨ (ସତ୍ୟାନ୍ୟୁଜ) ଗୁଳି ମାଡରେ ଯୁବକ ଆହତ। ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି। ଏପରି ଘଟଣା ଘଟିଛି ରାଉରକେଲା ନିକଟ ବିଶ୍ରା ଥାନା ଅଞ୍ଚଳରେ। ଶନିବାର ସକାଳେ ଗୁଳି ମାଡ଼ର ଶିକାର ହୋଇଥିବା ଯୁବକ ଜଣକ ଆଇ ଟି କଲୋନୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଯାଉଥିବା ବେଳେ ହୋଇଛି ଗୁଳି ମାଡ଼। ଦୁଇ ଜଣ ମୁଖା ପିନ୍ଧା ଯୁବକ ବାଇକ ରେ ଆସି ଏହି ଗୁଳି ମାଡ କରି ଫେରାର ହୋଇ ଯାଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳି ମାଡ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.