ରାଜଗାଙ୍ଗପୁର : ଷଣ୍ଢ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ।। ବୁଲା ଗାଇ ଗୋରୁଙ୍କୁ ନିୟନ୍ତ୍ରଣ କରିବାକୁ ପୋୖର ପାଳିକାକୁ ନିବେଦନ ।
ରାଜଗାଙ୍ଗପୁର : ୩/୧୧ (ସତ୍ୟାନ୍ୟୁଜ) ଏକ ଅଭାବନୀୟ ଘଟଣାରେ ଆଜି ରାଜଗାଙ୍ଗପୁରରେ ଷଣ୍ଢ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଣ୍ଡୁପଡା ଅଞ୍ଚଳରେ । ଶୁକ୍ରବାର ଦିନ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ କୁଣ୍ଡୁପଡା ରେ ରହୁଥିବା ୩୯ ବର୍ଷୀୟ ରାକେଶ ନାଗ ଘର ଆଗରେ ଏକ ମଣ୍ଡପ ନିକଟରେ ଛିଡା ହୋଇଥିବା ସମୟରେ ଗୋଟିଏ ବୁଲା ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା । ରାକେଶ କିଛି ବୁଝିବା ପୂର୍ବରୁ ଷଣ୍ଢ ତାଙ୍କୁ ଶିଙ୍ଘ ସାହାଯ୍ୟ ରେ ଟେକି କଚାଡି ଦେଇଥିଲା। ଆହତ ରାକେଶ ଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ସ୍ଥାନୀୟ ସିଏଚସି କୁ ଚିକିତ୍ସା ଲାଗି ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟଯେ , ରାଜଗାଙ୍ଗପୁର ପୌର ପାଳିକା ର ବିଭିନ୍ନ ଅଞ୍ଚଳରେ ବୁଲା ଗାଈଗୋରୁ ଏବଂ ଷଣ୍ଢ ଙ୍କ ଉତ୍ପାତ ବଢି ଚାଲିଛି। ଆଜିର ଏହି ଘଟଣା ରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ବୁଲା ଗାଈ ଗୋରୁଙ୍କୁ ନିୟନ୍ତ୍ରଣ କରିବାକୁ ପ୍ରଶାସନକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।