ବିରମିତ୍ରପୁର : ବର୍ଷବର୍ଷ ଧରି ପଲିଥିନ୍ ତଳେ ଜୀବନ ବିତାଉଛନ୍ତି ପରିବାର ସହ ମହିଳା।। ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ ଯୋଜନା ଏଠାରେ ପ୍ରହସନ।

0 221

ବିରମିତ୍ରପୁର : ୩/୧୧ (ସତ୍ୟାନ୍ୟୁଜ) ନିରାଶ୍ରୟ ଲୋକଙ୍କୁ ସାହାଯ୍ୟ କରିବାକୁ ସରକାର ବହୁ ଯୋଜନା କରୁଛନ୍ତି। ବିଶେଷ କରି ବାସହୀନ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ସରକାର ରାତ୍ରି ଆଶ୍ରୟ ସ୍ଥଳୀ ଭଳି ଯୋଜନା କରିଛନ୍ତି। ଉଦ୍ଦେଶ୍ୟ ଥିଲା ଯେଉଁ ଲୋକ ମାନେ ରାସ୍ତା କଡରେ ଏବଂ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ରାତ୍ରୀ ଯାପନ କରୁଛନ୍ତି ସେମାନଙ୍କୁ ଆଶ୍ରୟ ସ୍ଥଳୀକୁ ଆଣି ରଖିବା। ମାତ୍ର ବିରମିତ୍ରପୁର ୧୦ ନମ୍ବର ୱାର୍ଡରେ ଜଣେ ପରିବାରକୁ ଦେଖିଲେ ଏହି ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେଠାରେ ବ୍ୟାଙ୍କ କଲୋନୀ ପାଖରେ ଏକ ପଲିଥିନ୍ ଛାମୁଣ୍ଡିଆ ତଳେ ୬ ବର୍ଷ ହେଲା ପରିବାର ସହ ରହୁଛନ୍ତି ପିଙ୍କି ରାମ ନାମକ ଜଣେ ମହିଳା। ସ୍ୱାମୀ ବୁଲି ବୁଲି କାମ କରୁଥିବା ବେଳେ ୩ ବର୍ଷର ଏକ ଛୋଟ ଛୁଆ ମଧ୍ୟ ଅଛି। ଘର ଖଣ୍ଡେ ପାଇଁ ବିଭିନ୍ନ ସ୍ତରରେ ନିବେଦନ କରି କୌଣସି ଫଳ ମିଳି ନାହିଁ। ଏପରିକି ରେସନ କାର୍ଡ ଖଣ୍ଡେ ମଧ୍ୟ ନାହିଁ। ଘରେ ଖଟ ନାହିଁ। ତଳେ ପିଲାକୁ ଧରି ଶୋଉଛନ୍ତି। ତେବେ ପ୍ରଶ୍ନ ଉଠୁଛି ନିରାଶ୍ରୟଙ୍କୁ ଆଶ୍ରୟ ଦେବାପାଇଁ କରା ଯାଉଥିବା ସରକାରୀ ଯୋଜନା କାହାପାଇଁ!

Leave A Reply

Your email address will not be published.