ରାଉରକେଲା ମନୋରଞ୍ଜନ ହତ୍ୟାକଣ୍ଡର ପର୍ଦ୍ଦାଫାସ ପରକୀୟା ସମ୍ପର୍କ ଯୋଗୁ ହୋଇଥିଲା ହତ୍ୟା ।। ତିନି ଅଭଯୁକ୍ତ ଗିରଫ ।

0 563

ରାଉରକେଲା ରେ ବହୁ ଚର୍ଚ୍ଚିତ ମନୋରଞ୍ଜନ ନାଗ ହତ୍ୟା ମାମଲାର ପର୍ଦ୍ଦାଫାସ କରିବାରେ ପୋଲିସ ସଫଳ ହୋଇଛି । ମନୋରଞ୍ଜନ ର ଗଳା କାଟି ହତ୍ୟା କରିବା ଅଭିଯୋଗ ରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ତିନି ଜଣ ଫେରାର୍ ହୋଇ ଯାଇଛନ୍ତି ।

ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ମନୋରଞ୍ଜନ ହତ୍ୟା ପରକିୟା ସମ୍ପର୍କ ଯୋଗୁ ହୋଇଥିବା ପୋଲିସ କହିଛି । ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଅଜୟ ଚୌଧୁରୀ ,ସୁରେଶ ଚୌଧୁରୀ ଏବଂ ଭୋଳା ପ୍ରଧାନ ସମସ୍ତେ ଛଅ ନମ୍ବର ସେକ୍ଟର ଅଞ୍ଚଳ ର । ପୋଲିସ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଛୁରୀ , ଗାଡି ଆଦି ଜବତ କରିଛି । ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ୧୫ ତାରିଖରେ ମନୋରଞ୍ଜନ ର କ୍ଷତ ବିକ୍ଷତ ମୃତଦେହ ପାଞ୍ଚ ନମ୍ବର ସେକ୍ଟର ଦୀପିକା ଇଂଲିଶ ମିଡ଼ିଅମ ସ୍କୁଲ ନିକଟରୁ ଉଦ୍ଧାର ହୋଇଥିଲା । ଏହି ହତ୍ୟାକାଣ୍ଡକୁ ନେଇ ସେହି ସମୟରେ ଛଅ ନମ୍ବର ସେକ୍ଟର ମହିମା ବସ୍ତି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା ।

Leave A Reply

Your email address will not be published.