କିଛି ଦିନ ଚୁପ ରହିବା ପରେ ଟ୍ରାଫିକ ପୋଲିସ ଏବଂ ରାଉରକେଲା ମହାନଗର ନିଗମ ଏନଫୋର୍ସମେଣ୍ଟ ଟିମ ପୁଣି ସହର ର ଫୁଟପାଥ ରୁ ଏନକ୍ରୋଚମେଣ୍ଟ ହଟାଇବା ଆରମ୍ଭ କରିଛନ୍ତି । ଗୁରୁବାର ଦିନ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ର ହୋର୍ଡିଙ୍ଗ କୁ ରାସ୍ତା କଡରୁ ହଟାଇ ଦିଆଯାଇଛି।
କିଛିଦିନ ପୂର୍ବରୁ ସହର ର ର ମୁଖ୍ୟ ରାସ୍ତାରୁ ଫଳ ଠେଲା ଗୁଡିକ
ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ହଟା ଯାଇଥିଲା । ପୂଜା ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଏବେ ଦୀପାବଳୀ ପୂର୍ବରୁ ପୁଣି ରାସ୍ତା କ୍ଲିଅର ଅଭିଯାନ ଆରମ୍ଭ ହୋଇଛି । ଆର ଏମ ସି ଏବଂ ଟ୍ରାଫିକ ପୋଲିସ ର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।