ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା ।। ରାଉରକେଲା ରେ କଂଗ୍ରେସ ଏବଂ ବିଜେପିର ଏସ ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ।। ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଏବଂ ଗିରଫ ଦାବି ।
ମହଲିଙ୍ଗ ସନସାଇନ ଇଂଲିଶ ମିଡ଼ିଅମ ସ୍କୁଲ ର ଶିକ୍ଷୟତ୍ରୀ ମମିତା ମେହେର ଅପହରଣ ଏବଂ ହତ୍ୟା ଘଟଣାର ପ୍ରତିକ୍ରିୟା ରାଉରକେଲା ରେ ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ଏହି ହତ୍ୟା ଘଟଣାର ତୀବ୍ର ପ୍ରତିବାଦ କରିଥିବା ବେଳେ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବାରୁ ତାଙ୍କ ଇସ୍ତଫା ଏବଂ ଗିରଫ ଦାବି କରାଯାଇଥିଲା ।
ବିଜେପି ଏବଂ କଂଗ୍ରେସ ର କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ର ରେ ରାଉରକେଲା
ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ ଏବଂ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଗୃହ ରାଜ୍ୟ ମନ୍ତ୍ରୀ ଶୀଘ୍ର ଇସ୍ତଫା ଦେବାକୁ ଦାବି କରାଯାଇଥିଲା । ଅନ୍ୟ ପକ୍ଷରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ଗିରଫ ଦାବିରେ ଆଜି ବାର ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି ।