ବୁଧବାର ସନ୍ଧ୍ୟାରେ ସୁନ୍ଦରଗଡ ଜିଲ୍ଲା ରାଏବଗା ଥାନା ଅଞ୍ଚଳ ରେ ଘଟିଥିବା ବୃଦ୍ଧ ଦମ୍ପତି ଙ୍କ ହତ୍ୟା ଘଟଣାର ପର୍ଦାଫସ ଏପର୍ଯ୍ୟନ୍ତ ହୋଇପାରିନାହିଁ ।ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସନ୍ଧ୍ୟାବେଳେ ଘର ଭିତରେ ପଶି ବୃଦ୍ଧ ଦମ୍ପତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ଗୁଣି ଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ସମସ୍ତ ଦିଗକୁ ଅନୁଧ୍ୟାନ କରୁଛି । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ଗ୍ରାମରେ । ବୁଧୁବାର ସନ୍ଧ୍ୟାରେ ଉକ୍ତ ଗ୍ରାମର ୭୦ ବର୍ଷୀୟ ଲୋହା ପାଢୁଆର ଏବଂ ତାଙ୍କ ପତ୍ନୀ ୬୫ ବର୍ଷୀୟା ଲୁଧି ପାଢୁଆର ଘରେ ବିଶ୍ରାମ ନେଉଥିବା ବେଳେ ହଠାତ କେତେକ ଦୃବୁତ୍ତ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ଘରେ ପଶି ଯାଇଥିଲେ । ଅତି ନିର୍ମମ ଭାବରେ ବୃଦ୍ଧ ଦମ୍ପତିଙ୍କୁ ହାଣି ହତ୍ୟା କରିଥିଲେ ଦୃବୃତ୍ତ ମାନେ । ବିରମିତ୍ରପୁର ଏସ ଡି ପି ଓ ଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନ ରେ ତଦନ୍ତ ଜାରି ରହିଛି । ହତ୍ୟାର କାରଣ ସଠିକ ଭାବେ ଜଣା ପଡି ନଥିବା ବେଳେ ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରହିଛି ବୋଲି ସୁନ୍ଦରଗଡ଼
ଏସ ପି ସାଗରିକା ନାଥ କହିଛନ୍ତି ।