ବଣାଇ : ଡକାୟତି ଯୋଜନା କରୁଥିବା ବେଳେ ୩ ଗିରଫ।। ୩ ଫେରାର।। ବହୁ ମାରଣାସ୍ତ୍ର ସହ ନଗଦ ଟଙ୍କା ଜବତ

0 209

ଡକାୟତି ଯୋଜନା ବେଳେ ୩ ଗିରଫ, ୩ ଫେରାର; ମାରାଣାସ୍ତ୍ର ଓ ଟଙ୍କା ଜବତ
ବଣାଇ : ୧୪/୧ (ସତ୍ୟାନ୍ୟୁଜ):
ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଖେଳ ପଡିଆ ନିକଟରେ ଡକାୟତି କରିବାକୁ ଯୋଜନା ଚାଲିଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ତେବେ ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ବଣାଇ ଏସ୍‌ଡିପିଓ ରାମଚନ୍ଦ୍ର ବିଶ୍ୱାଳଙ୍କୁ ମିଳିଥିବା ବିଶେଷ ସୂଚନା ଆଧାରରେ ଟିକାୟତପାଲି ପୋଲିସ ଏହି ଚଢ଼ାଉ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ବିଭିନ୍ନ ମାରାଣାସ୍ତ୍ର ସହିତ ଟଙ୍କା ଜବତ କରାଯାଇଛି।
ପୋଲିସ କହିବା ଅନୁଯାୟୀ, ଏହି ଡକାୟତ ଗ୍ୟାଙ୍ଗର ସଦସ୍ୟମାନେ ଝାରଖଣ୍ଡ ଓ ରାଉରକେଲା ଅଞ୍ଚଳର। ପୂର୍ବରୁ ମଧ୍ୟ ଏମାନେ ଏହି ଅଞ୍ଚଳକୁ ଆସି ଘରଭିତରେ ପଶି ଲୋକମାନଙ୍କୁ ଭୟଭିତ କରି ଡକାୟତି କରିବା ପରେ ଫେରାର ହୋଇ ଯାଉଥିଲେ।
ଏହି ସମ୍ପର୍କରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଣାଇ ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ର ଚଢ଼ାଉ ଜାରି ରହିଛି।

Leave A Reply

Your email address will not be published.