ରାଉରକେଲା : ଦଶମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା।। ହତ୍ୟା କରିଥିବା ସନ୍ଦେହରେ ୩ ନାବାଳକ ଛାତ୍ର ଅଟକ। ପୋଲିସ ତଦନ୍ତ ଜାରି।

0 2,659

ରାଉରକେଲା : ୨୬/୯ (ସତ୍ୟାନ୍ୟୁଜ) ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକ କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ନାବାଳକ ରାଉରକେଲା ବାଲୁଘାଟ ଅଞ୍ଚଳର ରୁଦ୍ର ନାରାୟଣ ପାଢ଼ୀ ବୋଲି ଚିହ୍ନଟ କରାଯାଇଛି। ମଙ୍ଗଳବାର ସକାଳୁ ରୁଦ୍ରଙ୍କ ମୃତ ଶରୀର ରାଉରକେଲା – ଦେଓଗାଁ ହେକେଟ୍ ରୋଡ଼ ରେ ମିଳିଥିଲା। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ତାଙ୍କୁ ହତ୍ୟା କରାଯାଇଛି। ହତ୍ୟା କରିଥିବା ସନ୍ଦେହରେ ପୋଲିସ ୩ ଜଣ ନାବାଳକ ଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ମୃତ ନାବାଳକ ରୁଦ୍ର ଗଣେଶ ପୂଜା ଦେଖିବାକୁ ଯାଇ ରବିବାର ରାତିରୁ ନିଖୋଜ ଥିଲେ। ଏ ବାବଦରେ ରଘୁନାଥପାଲି ଥାନାରେ ଏକ ନିଖୋଜ ମାମଲା ଦାୟର କରାଯାଇଥିଲା।

Leave A Reply

Your email address will not be published.