ରାଉରକେଲା ବନ୍ଧମୁଣ୍ଡା ରେ ପିକଅପ ଭ୍ୟାନ ଧକ୍କାରେ ରେଳବାଇ କର୍ମଚାରୀଙ୍କ ମୃତ୍ୟୁ ।

0 471

ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଜଣେ ରେଳବାଇ କର୍ମଚାରୀ ଗୁରୁବାର ସକାଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମହେଶ ସିଂ ନାମକ ଏହି ରେଳବାଇ କର୍ମଚାରୀ ବାଇକ ଯୋଗେ ଡିଉଟି ଯାଉଥିବା ବେଳେ ଏକ ପିକଅପ ଭ୍ୟାନ ତାଙ୍କ ବାଇକ କୁ ଧକ୍କା ଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା କୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପିକଅପ ଭ୍ୟାନ କୁ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖିଛନ୍ତି ।

Leave A Reply

Your email address will not be published.