ବଣାଇ : ବଣାଇ ଅଞ୍ଚଳରେ ସାପ କାମୁଡ଼ାରେ ୧୦ ବର୍ଷୀୟ ବାଳକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ।। ସାପ କାମୁଡ଼ିଲେ ତୁରନ୍ତ ହସପିଟାଲ ଆଣିବାକୁ ନିବେଦନ।

0 455

ବଣାଇ : ୧୭/୯ (ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳରେ ଶନିବାର ରାତିରେ ସାପ କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ବଣାଇ ଥାନା ଅନ୍ତର୍ଗତ ଟେଣ୍ଡେରା ଗ୍ରାମରେ ଶୋଇଥିବା ବେଳେ ସାପ କାମୁଡି ଦେବାରୁ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଛି। ସେହିପରି ମହୁଲପଦା ଥାନା ଅନ୍ତର୍ଗତ ଉସକେଲା ଗ୍ରାମରେ ଘରେ ଶୋଇଥିବା ବେଳେ ସାପ କାମୁଡି ଦେବାରୁ ଜଣେ ୧୦ ବର୍ଷୀୟ ବାଳକଙ୍କ ମୃତ୍ୟୁ ହୋଇ ଯାଇଛି। ଉଭୟଙ୍କୁ ବଣାଇ ହସପିଟାଲ ଅଣା ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ବର୍ଷା ଦିନ ଥିବାରୁ ସାପ ଗାତରେ ପାଣି ଭର୍ତ୍ତି ହୋଇ ଯାଉଛି। ଫଳରେ ସାପ ଗାତରୁ ବାହାରି ଆସି ଲୋକଙ୍କୁ କାମୁଡି ଦେଉଛି। ତେବେ ଅଧିକାଂଶ ଲୋକଙ୍କୁ ଶୋଇଥିବା ଅବସ୍ଥାରେ ସାପ କାମୁଡି ଦେଉଥିବାରୁ ଲୋକଙ୍କ ମୃତ୍ୟୁ ହୋଇ ଯାଉଛି। ସାପ କାମୁଡ଼ିଲେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.