ରାଇରଙ୍ଗପୁର : ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ।। ୨୫ , ୨୬ , ୨୭ ସେପ୍ଟେମ୍ବରରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା।
ରାଇରଙ୍ଗପୁର : ୧୭/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ବିନୟ ରଂଜନ ନାୟକ ଓ ବିଇଓ ଭାଗିରଥୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଏହି କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି। ଗତ ୧୧ ତାରିଖ ରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡ଼ା ପ୍ରତିଯୋଗିତା ଚାଲିଥିଲା। ରାଇରଙ୍ଗପୁର ମ୍ୟୁନିସିପାଲିଟି ଓ ବ୍ଲକ ସ୍ତରରେ ଛାତ୍ରଛାତ୍ରମାନଙ୍କ ମଧ୍ୟରେ ଫୁଟବଲ, କବାଡି, ଖୋ ଖୋ, କ୍ରିକେଟ, ରୁଗବି ଫୁଟବଲ ଆଦି ପ୍ରତିଯୋଗିତା ହୋଇଥିଲା। ଏହାଛଡ଼ା ଦୌଡ, ଲମ୍ବଡିଆଁ , ଉଚ୍ଚଡିଆଁ , ସଟ୍ ଫୁଟ, ଜେଭେଲିନ ଆଦି କ୍ରୀଡାରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କୃତୀ ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ କ୍ରୀଡାରେ ଅଂଶଗ୍ରହଣ କରିବେ। ଆସନ୍ତା ୨୫,୨୬ ଓ ୨୭ ତାରିଖ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ କତୃପକ୍ଷ ସୂଚନା ଦେଇଛନ୍ତି । ଏଥିପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।