ସୁନ୍ଦରଗଡ଼ ଜିଲ୍ଲା ବଣେଇ ଏବଂ ହାତୀବାରି ଅଞ୍ଚଳରେ ପଶିଲେ ହାତୀ ଦଳ ।। ବ୍ୟାପକ ଫସଲ ନଷ୍ଟ ଅଭିଯୋଗ ।

0 312

ସୁନ୍ଦର ଗଡ଼ ଜିଲ୍ଲା ର ବିଭିନ୍ନ ବ୍ଲକ ରେ କିଛିଦିନ ହେଲା ହାତୀ ଗତିବିଧି ବୃଦ୍ଧି ପାଇଛି । ବ୍ୟାପକ ଫସଲ ନଷ୍ଟ କରିବା ସହ ହାତୀ ପଲ୍ଲ ଘର ଦ୍ଵାର ଭାଙ୍ଗିବା ମଧ୍ୟ ଦେଖାଯାଉଛି । ବଣାଇ ଅଞ୍ଚଳରେ ଦୀର୍ଘ ୧୫ ଦିନ ହେବ ଦୁଇଟି ଦନ୍ତା ହାତୀ ଫସଲ ନଷ୍ଟ କରୁଥିବା ବେଳେ କିଛିଦିନ ହେଲା ଜଙ୍ଗଲ କୁ ପଳାଇ ଥିଲେ । ଏବେ ଦୁଇ ଦିନ ହେଲା ଦୁଇଟି ଦନ୍ତାହାତୀ ଫେରି ଆସି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ବଣାଇ ରେଞ୍ଜର ବନ୍ଧଡ଼ିହ,
ରାଉଟାଣି, ଝାରବେଡା, ମୂଷାପୋଷ, କଟୁରଧୁଆ ଆଦି ଅଞ୍ଚଳ କୁ ଦନ୍ତା ଦୁଇଟି ଆସି ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । କ୍ଷତି ପୂରଣ ଲାଗି ଚାଷୀ ମାନେ ଦାବି କରିଥିବା ବେଳେ ବନବିଭାଗ ଏବଂ ସ୍ଥାନୀୟ ଲୋକ ମାନେ ହାତୀ ଦୁଇଟିକୁ ଘଞ୍ଚ ଜଙ୍ଗଲ କୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି


ସେହିପରି ନୂଆଗାଁ ବ୍ଲକ ର
ହାତୀବାରି ଅଞ୍ଚଳ ରେ ହାତୀପଲ୍ଲ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଘଉଡାଇବାକୁ ଉଦ୍ୟମ କଲେ ମଧ୍ୟ ହାତୀପଲ୍ଲ ଏହି ଏରିଆ ଛାଡି ଯାଉ ନାହାଁନ୍ତି । ଵିଶେଷ କରି ସୁନ୍ଦରଗଡ଼ ଜିଲ୍ଲାରେ ଏବେ ଚାଷୀମାନେ ମାଣ୍ଡିଆ ଚାଷ କରିଥିବାରୁ ଚିନ୍ତାରେ ଅଛନ୍ତି ।
ହାତୀବାରି ଅଞ୍ଚଳ ରେ ହାତୀପଲ୍ଲ ପଶି ଏକର ଏକର ମାଣ୍ଡିଆ ଫସଲକୁ ନଷ୍ଟ କରିଦେଉଛନ୍ତି । ବନ ବିଭାଗ କୁ ଖବର ଦେଲେ ମଧ୍ୟ ଠିକ ସମୟରେ ହାତୀ ଘଉଡାଇବାର ଉଦ୍ୟମ ହେଉନଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.