ଘର ଭିତରେ ପଶି ବୃଦ୍ଧ ଦମ୍ପତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୃବୁତ୍ତ ମାନେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରେ ଉଭୟଙ୍କ ଶବ ପଡିଥିଲା ବେଳେ ହତ୍ୟାର କାରଣ ଜଣାପଡିନାହିଁ
। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ଗ୍ରାମରେ । ବୁଧୁବାର ସନ୍ଧ୍ୟାରେ ଉକ୍ତ ଗ୍ରାମର ୭୦ ବର୍ଷୀୟ ଲୋହା ପାଡୁଆର ଏବଂ ତାଙ୍କ ପତ୍ନୀ ୬୫ ବର୍ଷୀୟା ଲୁଧି ପାଡୁଆର ଘରେ ବିଶ୍ରାମ ନେଉଥିବା ବେଳେ ହଠାତ କେତେକ ଦୃବୁତ୍ତ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ଘରେ ପଶି ଯାଇଥିଲେ । ଅତି ନିର୍ମମ ଭାବରେ ବୃଦ୍ଧ ଦମ୍ପତିଙ୍କୁ ହାଣି ହତ୍ୟା କରିଥିଲେ ଦୃବୃତ୍ତ ମାନେ । ହତ୍ୟାର କାରଣ ଜଣା ପଡି ନଥିବା ବେଳେ ପୋଲିସ ଘଟଣା ର ଅନୁସନ୍ଧାନ କରିଛନ୍ତି ।