ରାଉରକେଲା : ବ୍ରାହ୍ମଣୀ ନଦୀକୁ ଡେଇଁ ନିଖୋଜ ଯୁବକଙ୍କ ମୃତ ଶରୀର ଉଦ୍ଧାର।। ନୂତନ ବ୍ରାହ୍ମଣୀ ବ୍ରିଜ ନିକଟରୁ ମିଳିଲା।

0 232

ରାଉରକେଲା: ୧୬/୯ (ସତ୍ୟାନ୍ୟୁଜ) ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା ପୁରୁଣା ବ୍ରାହ୍ମଣୀ ବ୍ରିଜ ଉପରୁ ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଆଜି ନୂଆ ବ୍ରାହ୍ମଣୀ ବ୍ରିଜ ନିକଟରୁ ଉଦ୍ଧାର କରାଯାଇଛି। ଉକ୍ତ ୩୮ ବର୍ଷୀୟ ଯୁବକ ବାସନ୍ତୀ କଲୋନିର ଜଣେ ବ୍ୟବସାୟୀ ବିଜୟ ଗୁପ୍ତା ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ବେଳେ ଯୁବକ ଜଣକ ନଦୀକୁ ଡେଇଁ ପଡ଼ିଥିଲେ।
ସୂଚନା ଅନୁଯାୟୀ ଯୁବକ ଜଣକ ନିଜ ସ୍କୁଟି ଓଆର-୧୪-ଏକ୍ସ-୨୨୩୮ ରେ ପୁରୁଣା ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଆସି ପହଁଚି ଥିଲେ। ସନ୍ଧ୍ୟା ସମୟ ଥିବାରୁ ବ୍ରିଜ୍ ଦେଇ ବହୁସଂଖ୍ୟକ ଯାତ୍ରୀ ଯିବାଆସିବା କରୁଥିଲେ। ତେବେ କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ବ୍ରିଜ୍‌ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗ, ରଘୁନାଥପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁବକଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ପାରି ନଥିଲା। ପୁଲିସ ଘଟଣାସ୍ଥଳରୁ ଯୁବକଙ୍କ ସ୍କୁଟି ଓ ମୋବାଇଲ ଫୋନ ଜବତ କରିଛି ତଦନ୍ତ କରୁଥିଲେ। ଆଜି ସକାଳେ ତାଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି।

Leave A Reply

Your email address will not be published.