ରାଉରକେଲାରେ ପୁଣି ଲଜ୍ଜା । ଗୋଟିଏ ଦିନ ରେ ଦୁଇଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି । ପ୍ଲାଣ୍ଟସାଇଟ ଥାନା ଅଞ୍ଚଳ ରେ ଜଣେ ପିତା ତାର ନାବାଳିକା ଝିଅକୁ ଚାରିମାସ ହେଲା ଦୁଷ୍କର୍ମ କରିବା ମାମଲା ରଜ୍ଜୁ ହୋଇଛି
। ଅନ୍ୟ ଏକ ଘଟଣାରେ ଉଦିତନଗର ଥାନା ଅଞ୍ଚଳ ରେ ଜଣେ ୧୦ ବର୍ଷୀୟା ନାବାଳିକା କୁ ତାର ପଡୋଶୀ ଜଣେ ୩୯ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଉଭୟ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।