ରାଉରକେଲା : ଶଟର ଭାଙ୍ଗି ମେଡିସିନ୍ ଦୋକାନରୁ ଚୋରି।। ପୋଲିସ ତଦନ୍ତ ଜାରି।

0 600

ରାଉରକେଲା : ୧/୯ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ହସପିଟାଲ ନିକଟରେ ଥିବା ଓମ୍‌ ସାଇ ମେଡିକାଲ ଷ୍ଟୋର୍‌ରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ବୁଧବାର ରାତିରେରେ ଦୋକାନ କର୍ତ୍ତୃପକ୍ଷ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଗୁରୁବାର ସକାଳେ ଦୋକାନ ଖୋଲିବା ସମୟରେ ଦୋକାନର ସଟର ଖୋଲାଥିବା ଦେଖିବାକୁ ମିଳିଥିଲା। ଏ ବାବଦରେ ଦୋକାନ କର୍ତ୍ତୃପକ୍ଷଙ୍କ ଦ୍ବାରା ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସୂଚନା ମୁତାବକ ଦୋକାନରେ ଥିବା ସିସିଟିଭି ଫୁଟେଜ ପୋଲିସ ନୀରୀକ୍ଷଣ କରିବା ସହିତ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ପ୍ରାଥମିକ ସୂଚନା ମୁତାବକ ଦୋକାନର ଟଙ୍କା ବାକ୍ସରେ ଥିବା ପ୍ରାୟ ୨୭ହଜାର ଟଙ୍କା ଚୋରୀ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.