ରାଉରକେଲା : ସହରର ବିଭିନ୍ନ ସ୍ଥାନରେ ଜାତୀୟ କ୍ରୀଡା ଦିବସ ପାଳିତ।। ସାଇକେଲିଂ , ଆଥଲେଟିକ୍ ସହ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜିତ।

0 359

ରାଉରକେଲା : ୨୯/୮ (ସତ୍ୟାନ୍ୟୁଜ) ଜାତୀୟ କ୍ରୀଡା ଦିବସ ପାଳନ ପରିପ୍ରେକ୍ଷୀରେ ରାଉରକେଲାରେ ବିଭିନ୍ନ କ୍ରୀଡା ସଙ୍ଗଠନ ପକ୍ଷରୁ କାର୍ଯ୍ୟକ୍ରମ ମାନ ଅୟୋଜନ କରାଯାଇଛି। ରାଉରକେଲା ସାଇକେଲିଂ ଆସୋସିଏସନ ପକ୍ଷରୁ ମଙ୍ଗଳବାର ଦିନ ଏକ ସାଇକେଲ ଚାଳନା ପ୍ରତିଯୋଗିତାର ଅୟୋଜନ କରାଯାଇଥିଲା। ସେହିପରି ସୁନ୍ଦରଗଡ଼ ଜିଲ୍ଲା ଅଥଲେଟିକ୍ ଆସୋସିଏସନ ପକ୍ଷରୁ ମଧ୍ୟ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଥିଲା। ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦ ଙ୍କ ଜନ୍ମଦିନକୁ ଦେଶରେ ଜାତୀୟ କ୍ରୀଡା ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଇଥାଏ।

Leave A Reply

Your email address will not be published.