କରଞ୍ଜିଆ : ପରିତ୍ୟକ୍ତ ଘର କାନ୍ଥ ପଡି ନାବାଳକର ମୃତ୍ୟୁ।। ବଲ୍ ଖେଳୁଥିବା ବେଳେ ଘଟିଛି ଏହି ଅଘଟଣ।

0 373

କରଞ୍ଜିଆ : ୨୮/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଏକ ପରିତ୍ୟକ୍ତ ଘର ନିକଟରେ ଖେଳୁଥିବା ବେଳେ ଭଙ୍ଗା କାନ୍ଥଟି ପଡ଼ିଯିବାରୁ ଜଣେ ୧୦ବର୍ଷ ନାବାଳକର ମୃତ୍ୟୁ ହୋଇଛି । ଏପରି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଚିତ୍ରପୋଷି ପଞ୍ଚାୟତ ମୁର୍ଗାପାଟ ଗ୍ରାମ ରେ। ସୂଚନା ଅନୁଯାୟୀ, ଘର ନିକଟରେ ଥିବା ଏକ ପଡ଼ିଆରେ ନାଣ୍ଡୁ ବାନରାଙ୍କ ୧୦ ବର୍ଷର ନାବାଳକ ପୁଅ ତୁରାମ ବାନରା ଏବଂ କିଛି ପିଲା ଫୁଟବଲ ଖେଳୁଥିଲେ। ପଡିଆ ନିକଟରେ ଥିବା ଏକ ଭଙ୍ଗା ମାଟି ଘର ନିକଟରେ ଫୁଟବଲ ଟି ପଡିଥିଲା | ବଲଟିକୁ ଆଣିବା ପାଇଁ ନାବାଳକ ତୁରାମ ବାନର ଯାଇଥିବା ସମୟରେ ବର୍ଷା କାରଣରୁ ଭିଜି ଯାଇଥିବା ମାଟି କାନ୍ଥଟି ନାବାଳକ ଉପରେ ପଡ଼ିଯିବା ହେତୁ ଘଟଣା ସ୍ଥଳରେ ଉକ୍ତ ନାବାଳକର ମୃତ୍ୟୁ ହୋଇଯାଇଥିଲା।
ଏ ଘଟଣାର ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ।

Leave A Reply

Your email address will not be published.