ରାଉରକେଲା : ଆଗୁଆ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଜର୍ଜ ତିର୍କୀ କର୍ମୀ ମାନଙ୍କୁ ଦେଲେ ପରାମର୍ଶ।। ବିରମିତ୍ରପୁରରେ ଜର୍ଜ ସେନାର କର୍ମୀ ସମ୍ମିଳନୀ।
ରାଉରକେଲା : ୨୮/୮ (ସତ୍ୟାନ୍ୟୁଜ) ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ କଳ୍ପନା ଜଳ୍ପନା କୁ ଦେଖି ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି। ଏପରି ସମୟରେ ବିରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ମଧ୍ୟ ପଛରେ ନାହାନ୍ତି। ଏବେ ସ୍ୱାଧୀନ ଭାବେ ଜର୍ଜ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ରବିବାର ଦିନ ଜର୍ଜ ସେନା ପକ୍ଷରୁ ଏକ କର୍ମୀ ସମ୍ମିଳନୀର ଅୟୋଜନ କରାଯାଇଥିଲା। ଏହି କର୍ମୀ ସମ୍ମିଳନୀରେ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ସ୍ତରରୁ କର୍ମୀ ମାନେ ଆସି ଯୋଗଦେଇଥିଲେ। କୌଣସି ସମୟରେ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଜର୍ଜ ତିର୍କୀ କର୍ମୀଙ୍କୁ ସନ୍ଦେଶ ଦେଇଥିଲେ।