ରାଉରକେଲା : ସେକ୍ଟର , ବନ୍ଧମୁଣ୍ଡା , ସାରନଗରୀ ଅଞ୍ଚଳରେ ଥିବା ବସ୍ତି ଗୁଡିକୁ ମହାନଗର ନିଗମରେ ସାମିଲ ଦାବି।। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।

0 408

ରାଉରକେଲା : ୨୫/୮ (ସତ୍ୟାନ୍ୟୁଜ) ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ବସ୍ତି ଗୁଡିକୁ ରାଉରକେଲା ମହାନଗର ନିଗମରେ ସାମିଲ କରିବାଲାଗି ଦାବି କରିଛନ୍ତି ବସ୍ତି ବାସିନ୍ଦା। ଏହି ପରିପ୍ରେକ୍ଷୀରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାକାନ୍ତ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରିଥିଲା। ସେକ୍ଟର ଅଞ୍ଚଳ , ବନ୍ଧମୁଣ୍ଡା , ସାରନଗରୀ ଆଦି ଅଞ୍ଚଳରେ ଥିବା ବସ୍ତି ପଞ୍ଚାୟତ କିମ୍ବା ମହାନଗର ନିଗମ ଏରିଆରେ ଆସୁନାହାନ୍ତି। ଫଳରେ ଉନ୍ନୟନ ମୂଳକ କାମ ଠିକ୍ ଭାବେ ହୋଇ ପାରୁନାହିଁ। ଏହି ସମସ୍ତ ବସ୍ତିକୁ ରାଉରକେଲା ମହାନଗର ନିଗମ ଅଧୀନରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପଠା ଯାଇଥିଲା।

Leave A Reply

Your email address will not be published.