ରାଉରକେଲା : ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ। ଜଣେ ଗିରଫ , ଅଟୋ ଜବତ। ଜବତ କଲା ଅବକାରୀ ବିଭାଗ।

0 779

ରାଉରକେଲା : ୨୧/୮ (ସତ୍ୟାନ୍ୟୁଜ) ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ରାଉରକେଲା ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ଲାଣ୍ଟସାଇଟ ରୋଡ଼ ନିକଟରେ ଏକ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ଅବକାରୀ ବିଭାଗକୁ ମିଳିଥିଲା। ଅବକାରୀ ବିଭାଗ ଅଧିକାରୀ ମାନେ ଚଢ଼ାଉ କରି ୨୩ କେଜି ୭୬୬ ଗ୍ରାମ ଗଞ୍ଜେଇ ସହ ଅଟୋ କୁ ଜବତ କରିଥିଲେ। ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ କନ୍ଧମାଳ ଅଞ୍ଚଳର ଦେବରାଜ୍ କହଁର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଅଟୋ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.