ମୟୁରଭଞ୍ଜ : ଅସୁସ୍ଥ ଛୁଆ ହାତୀକୁ ଛାଡି ପଳାଇଲେ ହାତୀପଲ୍ଲ ଓ ମା’ ହାତୀ।। ଅସୁସ୍ଥ ଛୁଆ ହାତୀର ଚିକିତ୍ସା କରୁଛନ୍ତି ଡାକ୍ତରୀ ଦଳ।
ମୟୁରଭଞ୍ଜ : ୨/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମା’ ହାତୀ ତାର ଛୁଆକୁ ସବୁବେଳେ ସୁରକ୍ଷା ଦେଇଥାଏ। ବାହ୍ୟ ବିପଦର ଆଶଙ୍କା ଥିଲେ ଛୁଆ ହାତୀକୁ ଘେରି ଯାଆନ୍ତି ହାତୀପଲ୍ଲ। ଏଠାରେ କିନ୍ତୁ ବ୍ୟତିକ୍ରମ ଦେଖାଯାଇଛି। ଅସୁସ୍ଥ ଛୁଆ ହାତୀକୁ ଛାଡି ଚାଲି ଯାଇଛନ୍ତି ହାତୀ ପଲ୍ଲ। ପ୍ରବଳ ବର୍ଷାରେ ହାତୀ ଛୁଆ ଟି ଅସୁସ୍ଥ ହୋଇ ପଡ଼ିଥିଲା । ଅସୁସ୍ଥ ହେବାରୁ ଚାଲି ପାରୁ ନଥିଲା। ପରେ ହାତୀ ଛୁଆକୁ ଛାଡି ପଳାଇଲେ ହାତୀପଲ୍ଲ ଏବଂ ମା ହାତୀ। ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଳାରେ। ରାତିରେ ୨୨ଟିକିଆ ଏକ ହାତୀପଲ୍ଲ ପାର୍ବତୀପୁର ଗ୍ରାମ ଜଙ୍ଗଲରୁ ଝାରଖଣ୍ଡ ରାଜ୍ୟକୁ ଫେରିଯିବା ବେଳେ ଜାମୁତି ମୁଣ୍ଡାସାହି ନିକଟରେ ଏହି ନିରୀହ ଛୁଆ ଅସୁସ୍ଥ ହୋଇ ପଡ଼ିଥିଲା। ଛୁଆ ହାତୀକୁ ଛାଡି ସମସ୍ତେ ପଳାଇଥିଲେ। ମୁଣ୍ଡାସାହି ନିକଟରେ ହାତୀ ଛୁଆଟି ଅସୁସ୍ଥତା କାରଣରୁ ଶୋଇ ଥିବା ବେଳେ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ହାତୀ ଛୁଆଟିର ଶରୀରରେ ତାପମାତ୍ରା କମି ଯିବାରୁ ଅସୁସ୍ଥ ହେଇ ପଡ଼ିଥିବା ପଶୁ ବିଶେଷଜ୍ଞ ମାନେ କହିଛନ୍ତି। କେନ୍ଦୁଝର ରୁ ଏକ ଡ଼ାକ୍ତରୀ ଟିମ୍ ଆସି ହାତୀ ଛୁଆଟିର ଚିକିତ୍ସା ଜାରି ରଖିଛନ୍ତି।