ମୟୁରଭଞ୍ଜ : ଭିଜିଲାନ୍ସ ଜାଲରେ ବାରିପଦା ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ।। ଲାଞ୍ଚ ନେବା ବେଳେ ଧରା ପଡିଲେ।

0 426

ମୟୁରଭଞ୍ଜ : ୧୧/୭ (ସତ୍ୟାନ୍ୟୁଜ) ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ। ବାରିପଦା କାର୍ଯ୍ୟାଳୟର ଅମିନ ମାନସ ଦାସ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସପି ଜୟନ୍ତୀ ଦଳେଇଙ୍କ ସୂଚନା ଅନୁଯାୟୀ, ରାଇରଙ୍ଗପୁରର ଚିତ୍ତରଞ୍ଜନ ମହାନ୍ତ ନିଜ ଜମିର ରେକର୍ଡ ପତ୍ର ଆବଶ୍ୟକ ପାଇଁ ବାରିପଦା ବନ୍ଦୋବସ୍ତ କାର୍ଯ୍ୟାଳୟକୁ ଯାଇ ବାରମ୍ବାର ନିରାଶ ହୋଇଥିଲେ | ତେବେ ସେହି କାର୍ଯ୍ୟାଳୟର ଅମିନ ମାନସ ଦାସ ଚିତ୍ତରଞ୍ଜନଙ୍କୁ ଦଶହଜାର ଟଙ୍କା ଲାଞ୍ଚ ମାଗିଥିଲେ ହେଲେ ସେ ଦେବାକୁ ମନା କରିଥିଲେ ପରେ ଅମିନ ମାନସ ଦାସ ତାଙ୍କୁ ପେପର ପିଛା ସାତଶହ ଟଙ୍କା ନେବେ ବଲି କହିଥିଲେ ଯାହାକି ନଅ ପୃଷ୍ଠାର ରେକର୍ଡ ପାଇଁ ୬୩୦୦ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଚିତ୍ତରଞ୍ଜନ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।
ଆଜି ତିନି ହଜାର ତିନିଶ ଟଙ୍କା ନେଇଥାନ୍ତେ ଏବଂ ଆଉ ତିନିହଜାର 8କାମ ସରିଲା ପରେ ନେଇଥାନ୍ତେ |ହେଲେ ପୂର୍ବ ଯୋଜନା ମୁତାବକ ଅମିନ ମାନସ ଦାସ ତିନିହଜାର ତିନିଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା। ତାଙ୍କ ଠାରୁ ରସାୟନ ପ୍ରଲେପ ବୋଳା ତିନିହଜାର ତିନିଶ ଟଙ୍କା ଜବତ କରିଛି ଭିଜିଲାନ୍ସ | ଏବଂ ଆଜି ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ମାନସ ଦାସଙ୍କ ବାରିପଦାର ସରକାରୀ ବାସଭବନ ସହିତ ବାଲେଶ୍ଵରର ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ କରିଛି।

Leave A Reply

Your email address will not be published.