ବିରମିତ୍ରପୁର : ‘ଜର୍ଜ ସେନା’ ପକ୍ଷରୁ ବନ୍ଧୁ ମିଳନ ଏବଂ ଆଲୋଚନା ଚକ୍ର ଅୟୋଜିତ।। ନିର୍ବାଚନ ପ୍ରସ୍ତୁତି ନେଇ ସାଧାରଣରେ ଆଲୋଚନା।

0 409

ବିରମିତ୍ରପୁର : ୯/୭ (ସତ୍ୟାନ୍ୟୁଜ ) ଆସନ୍ତା ବର୍ଷ ୨୦୨୪ ରେ ବିଧାନସଭା ଏବଂ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏବେ ସବୁ ଦଳ ଆଗୁଆ ପ୍ରସ୍ତୁତି ଆରମ୍ଭ କଲେଣି। ଏହି ପରିପ୍ରେକ୍ଷୀରେ ବିରମିତ୍ରପୁର ପୁର୍ବତନ ବିଧାୟକ ଜର୍ଜ ତିର୍କୀ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି। କଂଗ୍ରେସ ଦଳ ତଥା ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ଆଜି ଜର୍ଜ ତିର୍କୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଥିବା ତାଙ୍କ ନେତୃତ୍ୱାଧୀନ ନିର୍ଦ୍ଦଳୀୟ ସଂଗଠନ ‘ଜର୍ଜ ସେନା’ ପକ୍ଷରୁ ରବିବାର ଦିନ ଏକ ବନ୍ଧୁ ମିଳନ ଏବଂ ଆଲୋଚନାଚକ୍ର ର ଅୟୋଜନ କରାଯାଇଥିଲା। ବିରମିତ୍ରପୁର ର
ବି ଆର୍ ଆଇ କ୍ଲବ ଠାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଟାଉନ ର ୧୧ ଟି ୱାର୍ଡର ଜର୍ଜ ସେନାର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଏପରି ବୈଠକର ଅୟୋଜନ କରାଯିବ ବୋଲି କୁହାଯାଇଛି।
ପୂର୍ବରୁ ଜର୍ଜ ସେନା ପକ୍ଷରୁ ପ୍ରାର୍ଥୀ ହୋଇ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀରୁ ଜର୍ଜ ତିର୍କୀ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥଲେ। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଜର୍ଜ ସେନା ସଙ୍ଗଠନ ପୁଣି ଚଳ ଚଞ୍ଚଳ ହୋଇ ପଡିଛି। ଆଗାମୀ ନିର୍ବାଚନରେ ଜର୍ଜ ପୁଣି ବିରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ନେଇ ଆଲୋଚନା ସାଧାରଣରେ ହେଉଛି।

Leave A Reply

Your email address will not be published.