ରାଉରକେଲା : ରାଉରକେଲା ରୁ ନିୟମିତ ବିମାନ ସେବା ଆଶା ମଉଳୁଛି।। ଭୁବନେଶ୍ୱରକୁ ବିମାନ ସେବା ଲଗାତାର ତିନିଦିନ ହେଲା ବାତିଲ।
ରାଉରକେଲା : ରାଉରକେଲା ରୁ ନିୟମିତ ବିମାନ ସେବା ଆଶା ମଉଳୁଛି।। ଭୁବନେଶ୍ୱରକୁ ବିମାନ ସେବା ଲଗାତାର ତିନିଦିନ ହେଲା ବାତିଲ।ରାଉରକେଲା : ୧୦/୭ (ସତ୍ୟାନ୍ୟୁଜ) ୨୦୨୩ ଜାନୁଆରୀ ୭ ତାରିଖରେ ରାଉରକେଲା -ଭୁବନେଶ୍ୱର ବିମାନ ସେବାର ଶୁଭାରମ୍ଭ ହୋଇଥିଲା। ରାଉରକେଲା ବାସୀ ଆଶା କରିଥିଲେ ଏହା ଏକ ପୂର୍ଣ୍ଣାଙ୍ଗ ଏୟାରପୋର୍ଟ ହେବ। ଭୁବନେଶ୍ୱର ଛଡା ଅନ୍ୟ ସହରକୁ ମଧ୍ୟ ବିମାନ ଉଡିବ। ଅନ୍ୟ ସ୍ଥାନକୁ ବିମାନ ଉଡ଼ିବା ଦୂରର କଥା , ଏବେ ଭୁବନେଶ୍ୱରକୁ ବିମାନ ସେବା ନିୟମିତ ହୋଇ ପାରୁନାହିଁ। ନିୟମିତ ବ୍ୟବଧାନରେ ବିମାନ ବାତିଲ ହେଉଛି। ଗତ ତିନିଦିନ ହେଲା ଭୁବନେଶ୍ବର-ରାଉରକେଲା ବିମାନ ସେବା ବନ୍ଦ ରହିଛି। ତିନିଦିନ ବିମାନସେବା ବନ୍ଦ ରହିଥିବାରୁ ଆଗକୁ ନିୟମିତ ବିମାନ ଉଡ଼ିବା ନେଇ ସନ୍ଦେହ ପ୍ରକାଶ ପାଇଲାଣି। ରବିବାର ମୋଟ୍ ୩୨ ଜଣ ଯାତ୍ରୀ ରାଉରକେଲାରୁ ଭୁବନେଶ୍ବର ଯିବାକୁ ଟିକେଟ୍ କାଟିଥିଲେ। କିନ୍ତୁ ବିମାନ ସେବା ବାତିଲ କରିଦିଆଯିବାରୁ ଯାତ୍ରୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ ୭ ତାରିଖ ଏବଂ ୮ ତାରିଖରେ ମଧ୍ୟ ବିମାନ ସେବା ବାତିଲ ହୋଇଥିଲା। ଫଳରେ ଭୁବନେଶ୍ବର ଯିବାକୁ ଥିବା ଯାତ୍ରୀ ମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ନିୟମିତଭାବେ ବିମାନ ସେବା ବାତିଲ ହେଉଥିବାରୁ ଯାତ୍ରୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିମାନ ସେବା ଆରମ୍ଭ ହେବାପରେ ୯୦ ପ୍ରତିଶତ ସିଟ୍ ବୁକିଙ୍ଗ ରହୁଥିଲା। ଏବେ ଏହା ଖସି ୩୦ ପ୍ରତିଶତରେ ପହଞ୍ଚିଲାଣି। ରାଉରକେଲା -ଭୁବନେଶ୍ୱର ନିୟମିତ ବିମାନ ସେବା ଚାଲୁ ରଖିବାକୁ ବିଭିନ୍ନ ମହଲରେ ଦାବି ହେଉଛି।