ସମ୍ବଲପୁର : ସହରର ବିଭିନ୍ନ ଥାନା ଅଞ୍ଚଳରୁ ୬ ଜଣ ଅପରାଧୀ ଗିରଫ।। ୮ପିସ୍ତଲ , ୨୨ ଗୁଳି , ୧୧ ଲକ୍ଷ ୨୦ ହଜାର ଟଙ୍କା ଜବତ।
ସମ୍ବଲପୁର : ୯/୭ (ସତ୍ୟାନ୍ୟୁଜ) ସମ୍ବଲପୁର ପୋଲିସ ୬ ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮ ଟି ପିସ୍ତଲ ଏବଂ ୨୨ ଟି ଗୁଳି ଜବତ କରିଛନ୍ତି। ଏହା ସହ ଗିରଫ ଅପରାଧୀଙ୍କ ନିକଟରୁ ନଗଦ ୧୧ ଲକ୍ଷ ୨୦ ହଜାର ଟଙ୍କା , ଗୋଟିଏ କାର ଏବଂ ଦୁଇଟି ବାଇକ ଜବତ କରାଯାଇଛି । ସମ୍ବଲପୁର ପୋଲିସ ଜିଲ୍ଲାର ଅଇଁଠାପାଲି , ବୁର୍ଲା , ଠେଲକୋଲି , ଧନୁପାଲି ଥାନା ଅଞ୍ଚଳରୁ ଏହି ଦ୍ରୁବୃତ୍ତ ମାନଙ୍କୁ ଗିରଫ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ୪ ଟି ଥାନା ଅଞ୍ଚଳରେ ଚଢ଼ାଉ କରି ଅପରାଧୀ ମାନଙ୍କୁ ଧରିଥିଲେ। ଏହି କ୍ରିମିନାଲ ମାନେ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଲିପ୍ତ ଥିବା ଜଣାପଡିଛି। ତେବେ ଗିରଫ ଅଭିଯୁକ୍ତ ମାନେ କେଉଁ ଠାରୁ ଅସ୍ତ୍ରଶସ୍ତ୍ର ଆଣି ସମ୍ବଲପୁରରେ ବ୍ୟବସାୟ କରୁଥିଲେ ତାର ତଦନ୍ତ ଚାଲୁଛି ବୋଲି ସମ୍ବଲପୁର ଏସ୍ ପି ମୁକେଶ କୁମାର ଭାମୁ କହିଛନ୍ତି।