ବିରମିତ୍ରପୁର : ନାଳରେ ପାଇପ ଉପରେ ବିପଜ୍ଜନକ ଅବସ୍ଥାରେ ଯା ଆସ କରୁଛନ୍ତି ଲୋକେ।। ଶୀଘ୍ର କଲଭର୍ଟ ନିର୍ମାଣ କରିବାକୁ ଦାବି।
ବିରମିତ୍ରପୁର : ୮/୭ (ସତ୍ୟାନ୍ୟୁଜ) ମାତ୍ର ୧୦ ମିନିଟରେ ଷ୍ଟେସନ ପହଞ୍ଚୁ ଥିଲେ ଲୋକେ। ମାତ୍ର ଏବେ ୫ କିଲୋମିଟର ବୁଲି କରି ଯିବାକୁ ପଡୁଛି। ଏହି ଅସୁବିଧା ଭୋଗ କରୁଛନ୍ତି ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ୧ ନମ୍ବର ୱାର୍ଡର ବାସିନ୍ଦା। ପୂର୍ବରୁ ଯେଉଁ ରାସ୍ତା ଦେଇ ଷ୍ଟେସନ ଯାଉଥିଲେ ସେ ରାସ୍ତାରେ ଏକ ନାଳ ପଡେ। ନାଳ ଉପରେ ଥିବା କଲଭର୍ଟ ଦୁଇବର୍ଷ ହେଲା ଭାଙ୍ଗି ଭାସି ଯାଇଛି। ଫଳରେ ୧ ନମ୍ବର ୱାର୍ଡର ବାସିନ୍ଦା ମାନେ ଷ୍ଟେସନ ଯିବାକୁ ଅସୁବିଧା ଭୋଗ କରୁଛନ୍ତି। ଏବେ ଲୋକମାନେ ନାଳ ଉପରେ ପଡିଥିବା ଏକ ପାଇପ ଉପରେ ବିପଜ୍ଜନକ ଭାବେ ଯିବା ଆସିବା କରୁଛନ୍ତି। ମହିଳା ମାନେ ନାଳ ପାଣିରେ ପଶି ଯିବା ଆସିବା କରୁଛନ୍ତି। ଏହା ବିରମିତ୍ରପୁର ପୌର ପାଳିକା ଅଧୀନରେ ଆସୁଥିବାରୁ ଖୁବ ଶୀଘ୍ର ନୂତନ କଲଭର୍ଟ ନିର୍ମାଣ କରିବାକୁ ଲୋକମାନେ ଦାବି କରିଛନ୍ତି।