କାରଞ୍ଜିଆ : ନାବାଳିକା ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳତା ଅଭିଯୋଗ।। ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

0 374

କରଞ୍ଜିଆ : ୭/୭ (ସତ୍ୟାନ୍ୟୁଜ) ନିଖୋଜ ନାବାଳିକାର ମୃତ୍ୟୁ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ଶିଥିଳତା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଆଜି ଶତାଧିକ ଲୋକ କରଞ୍ଜିଆ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ କରି ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ଉତ୍ତେଜିତ ଲୋକମାନେ ଥାନା ଭିତରେ ଧସେଇ ପଶିଯାଇ ଧାରଣାରେ ବସିଥିଲେ। ଖବର ପାଇ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗଇ ଥାନାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ନାବାଳିକା ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ କରି ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଏକ ଦାବିପତ୍ର ଦିଆଯାଇଥିଲା। ସୂଚନା ଯୋଗ୍ୟଯେ ଗତ ଜୁନ ୮ ତାରିଖ ଦିନ ନାବାଳିକା ଜଣକ ନିଖୋଜ ହୋଇ ଯାଇଥିଲେ। ଜୁନ ୧୧ ତାରିଖରେ ତାଙ୍କ ଶବ ଏକ ବୁଦା ମୂଳରୁ ଉଦ୍ଧାର କରାଯାଇ ଥିଲା।

କରଞ୍ଜିଆ ଥାନା ଅନ୍ତର୍ଗତ ବଡ଼ଗାଁ ପଞ୍ଚାଯତ ପାହାଡ ମୋଡକ ଗ୍ରାମର ବୁଦା ନିକଟରୁ ଗତ ଜୁନ ମାସ ୧୧ ତାରିଖ ଦିନ ଗ୍ରାମର ନିଖୋଜ ୧୧ ବର୍ଷୀୟ ନାବାଳିକାର ମୃତଦେହ ଠାବ ହୋଇଥିଲା। ଏହି ଘଟଣାରେ ପୋଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହେଇଥ‌ିବା ଦର୍ଶାଇ ଆଜି ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ କରଂଜିଆ ଥାନା ଘେରାଉ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଘଟଣାରୁ ପ୍ରକାଶ କି ଉକ୍ତ ଗ୍ରାମର ନାବାଳିକା ଜଣକ ଗତ ମାସ ୮ ତାରିଖ ଦିନ ପୋଖରୀ ନିକଟରେ ନିଜ ସାଙ୍ଗ ମାନଙ୍କ ସହିତ ଗୋରୁ ଚରାଉଥ‌ିବାବେଳେ ନିଖୋଜ ହୋଇଥିବା ସାଙ୍ଗ ମାନେ ପାରିବାର ବର୍ଗଙ୍କୁ ଜଣାଇଥିଲେ । ଏବଂ ୯ ତାରିଖ ଦିନ ନାବାଳିକାର ଭାଇ ମାନସ ରଞ୍ଜନ ସଏ କରଞ୍ଜିଆ ଥାନାରେ ଏକ ଲିଖୂତ ଅଭିଯୋଗ କରିଥିଲେ। ଏନେଇ କରଂଜିଆ ଥାନାରେ କେସ ନମ୍ବର ୧୭୪ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ତେବେ ୧୧ ତାରିଖ ଦିନ ଘରର କିଛି ମିଟର ବୁଦା ମୂଳରୁ ନବାଳିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।
ଏ ବିଷୟରେ କରଞ୍ଜିଆ ପୋଲିସ କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ, କରଂଜିଆ ଥାନା ଅଧିକାରୀ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ହେଲେ ଘଟଣାକୁ ଏକ ମାସ ପୁରିବାକୁ ବସିଥିଲେ ମଧ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ବିଫଳ ହୋଇଥିବା ଅଭିଯୋଗ ଆଣି ଆଜି ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ କରଂଜିଆ ଥାନା ଘେରାଉ କରାଯାଇଥିଲା । ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ପଦ୍ମ ଲୋଚନ ଟୁଡୁ, ମଙ୍ଗଲ ସିଂ ଗଡସରା, ରସାନନ୍ଦ ସୋଏ, ମାନସ ରଞ୍ଜନ ସୋଏ, କୈବଲ୍ୟ କୁମାର ନାୟକ, ଅସ୍ଥୂଳ ନାଏକ ସୁକାନ୍ତି ନାଏକ ଓ ରାମଚନ୍ଦ୍ର ସୋଏଙ୍କ ନେତୃତ୍ବରେ ଶତାଧିକ ଲୋକ ତୁରନ୍ତ ଦୋଷୀକୁ ଗିରଫ କରିବା ଦାବି ନେଇ ଥାନା ଭିତରକୁ ଧସେଇ ପଶିଥିଲେ। ଥାନା ପରିସରରେ ଉତ୍ତେଜନା ଲାଗିରହିଥ‌ିବା ଖବର ପାଇ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ଥାନାକୁ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଦୋଷୀକୁ ତୁରନ୍ତ ଗିରଫ କରିବା ଦାବିରେ ଏକ ଦାବିପତ୍ର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଗାଙ୍ଗୋଇଙ୍କୁ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.