ରାଉରକେଲା : ଗାଧୋଉଥିବା ବେଳେ କୋଏଲ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ।। ଅନ୍ୟ ଚାରିଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ।

0 290

ରାଉରକେଲା : ୭/୭ (ସତ୍ୟାନ୍ୟୁଜ) ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ କୋଏଲ ନଦୀରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଯୁବକ ଜଣକ ହେଲେ ରାଉରକେଲା ୫ ନମ୍ବର ସେକ୍ଟର କବିସମ୍ରାଟ ପାଲି ର ୨୫ ବର୍ଷୀୟ ସମରେଶ ନାୟକ। ସମରେଶ ଶୁକ୍ରବାର ଦିନ ନିଜର ୪ ଜଣ ସାଙ୍ଗଙ୍କ ସହ ମିଶି ଜାମସରା ନିକଟରେ କୋଏଲ ନଦୀରେ ଗାଧୋଉଥିଲେ। ପାଣିରେ ଗୋଡ଼ ଖସିଯିବାରୁ ସମରେଶ ଗଭୀର ଜଳକୁ ଚାଲି ଯାଇଥିଲେ। ସାଙ୍ଗ ମାନେ ପାଟି କରିବାରୁ ସ୍ଥାନୀୟ ଲୋକ ଆସି ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଫାୟାର ଟିମ୍ ପହଞ୍ଚି ସମରେଶଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.