ଭୁବନେଶ୍ୱର : ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ଅଡୁଆ ବଢ଼ିଲା।। କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

0 695

ଭୁବନେଶ୍ୱର : ୭/୭(ସତ୍ୟାନ୍ୟୁଜ) ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଆନ୍ତର୍ଜାତୀୟ ହକିତାରକା ବୀରେନ୍ଦ୍ର ଲାକ୍ରା ପାଇଁ ଅଡୁଆ ବଢ଼ିଛି। ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଣେ ଡ଼ିଆଇଜି ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରିବା ନେଇ କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି। ଏହି ମାମଲାରେ ଖୁବଶୀଘ୍ର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବ ବୋଲି ସୂଚନା ମିଳିଛି।
ପୂର୍ବରୁ ବୀରେନ୍ଦ୍ରଙ୍କୁ କ୍ଲିନଚିଟ୍ ଦେଇଥିଲା କମିଶନରେଟ ପୁଲିସ୍। ଏହା ସହିତ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ପୁଲିସ୍ ତଦନ୍ତ ପରେ କହିଥିଲା । ପ୍ରଥମେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଥିଲା।
ଗତବର୍ଷ ଫେବ୍ରୁଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ୀ ଲଗାଇ ଆନନ୍ଦ ଆତ୍ମହତ୍ୟା କରିଥିଲେ ବୋଲି କୁହା ଯାଉଥିଲା। ଏନେଇ ବୀରେନ୍ଦ୍ର ଫୋନ୍‌ କରି ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କୁ ସୂଚନା ଦେଇଥିଲେ। ଏହା ପରେ ଆନନ୍ଦଙ୍କ ବାପା ବନ୍ଧନ ଭୁବନେଶ୍ୱରରେ ଆସିଥିଲେ।
ଅନନ୍ଦଙ୍କ ବେକରେ ସଦେହ ଜନକ ଦାଗ ଥିବା ତାଙ୍କ ବାପା ଦେଖିଥିବା କହିଥିଲେ। ଆନନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ଏଥିରେ ବୀରେନ୍ଦ୍ର ଲାକ୍ରାଙ୍କ ସହିତ ଆନନ୍ଦଙ୍କ ବାନ୍ଧବୀ ସାମିଲ ଥିବା ସେ ଅଭିଯୋଗ କରିଥିଲେ। ବୀରେନ୍ଦ୍ରଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ। ହେଲେ ପୋଲିସ ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ମାମଲା ରୁଜୁ ନକରିବାରୁ ବନ୍ଧନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଘଟଣାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ପୋଲିସ ଆଉଥରେ ତଦନ୍ତ କରି ଏହା ଏକ ଆତ୍ମହତ୍ୟା ମାମଲା ବୋଲି ତଦନ୍ତ ରିପୋର୍ଟ ରେ କହିଥିଲେ। ଏହା ବିରୁଦ୍ଧରେ ଆନନ୍ଦଙ୍କ ବାପା ହାଇକୋର୍ଟ ଯାଇଥିଲେ। ଠିକ ଭାବେ ତଦନ୍ତ ହୋଇନଥିବା ହୃଦୟଙ୍ଗମ କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.