ରାଉରକେଲା : ଚୋରି ହୋଇଥିବା ୬ ଲକ୍ଷ ଟଙ୍କାର ମୋବାଇଲ ଫୋନ ଜବତ କଲେ ପୋଲିସ।। ଜଣେ ଅଭିଯୁକ୍ତ ଗିରଫ , ୩ ନାବାଳକ ଅଟକ।

0 1,388

ରାଉରକେଲା : ୬/୭ (ସତ୍ୟାନ୍ୟୁଜ)
୬ ଲକ୍ଷ ଟଙ୍କାର ଚୋରି ହୋଇଥିବା ମୋବାଇଲ ଫୋନ ଜବତ କରିଛି ରାଉରକେଲା ରଘୁନାଥପାଲି ଥାନା ପୋଲିସ। ଏହି ଚୋରିରେ ଲିପ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ୩ ଜଣ ନାବାଳକ ଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି।
ଏହି ଚୋରି ଘଟଣା ଘଟିଥିଲା ୨୯ ଜୁନ ତରଖ ରାତିରେ। ପାନପୋଷ ରୋଡ଼ରେ ଥିବା ତରଙ୍ଗୀଣି ମାର୍କେଟରେ ଥବା ପି ସି ଗ୍ୟାଲରି ମୋବାଇଲ ଦୋକାନରେ ଏହି ଚୋରି ହୋଇଥିଲା। ଦ୍ରୁବୃତ୍ତ ମାନେ ଦୋକାନର ସ୍କାଏଲାଇଟ ଭାଙ୍ଗି ଦୋକାନରେ ପଶି ଥିଲେ। ଦୋକାନରୁ ପ୍ରାୟ ୭ ଲକ୍ଷ ଟଙ୍କାର ମୋବାଇଲ ଫୋନ ଏବଂ ବୈଦୁତିକ ସାମଗ୍ରୀ ଚୋରାଇ ନେଇଥିଲେ। ଏ ବାବଦରେ ୩୦ ଜୁନ ସକାଳେ ଦୋକାନ ମାଲିକ ଲଳିତ ପଟେଲ ରଘୁନାଥପାଲି ଥାନାରେ ଏତେଲା ଦେଇଥିଲେ। ପୋଲିସ ତଦନ୍ତ କରି ୬ ଲକ୍ଷ ଟଙ୍କାର ମୋବାଇଲ ଫୋନ ଜବତ କରିଛନ୍ତି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ୩ ଜଣ ନାବାଳକଙ୍କୁ ଅଟକ ରଖା ଯାଇଛି।

Leave A Reply

Your email address will not be published.