ରାଉରକେଲା : ଶ୍ରାବଣ ମାସ ଆରମ୍ଭରୁ ପନିପରିବା ଦରରେ ଅହେତୁକ ବୃଦ୍ଧି।। କଞ୍ଚା ଲଙ୍କା , ଧନିଆପତ୍ର ୨୦୦ ପାର।

0 622

ରାଉରକେଲା : ୬/୭ (ସତ୍ୟାନ୍ୟୁଜ) ଶ୍ରାବଣ ମାସ ଆରମ୍ଭରୁ ରାଉରକେଲା ଇସ୍ପାତ ସହରରେ ପନିପରିବା ଦର ଆକାଶଛୁଆଁ। ପୂର୍ବରୁ ଟମାଟୋ ର ଦରବୃଦ୍ଧି ଲୋକଙ୍କୁ ବାଧୁ ଥିବା ବେଳେ ଏବେ ସବୁ ପରିବାରେ ଦରବୃଦ୍ଧି ଲୋକଙ୍କ ବଜେଟ ବିଗାଡି ଦେଇଛି। ପନିପରିବା ରେ ଦର ବୃଦ୍ଧି ସହ କଞ୍ଚା ଲଙ୍କା , ଧନିଆପତ୍ର , ଲେମ୍ବୁର ଦାମ ମଧ୍ୟ ବଢି ଯାଇଛି। ଏବେ ରାଉରକେଲା ସହରରେ କଞ୍ଚା ଲଙ୍କା କିଲୋ ପ୍ରତି ୨୦୦ ରୁ ୨୫୦ ଟଙ୍କା ଥିବା ବେଳେ ଧନିଆପତ୍ର ମଧ୍ୟ ୨୫୦ ଉପରେ। ସବୁଦିନ ମିଳୁଥିବା ବିଭିନ୍ନ ପ୍ରକାର ଶାଗ ର ଦାମ ମଧ୍ୟ ଅଧିକ ରହିଛି। ଏବେ ବାଇଗଣ କେଜି ପ୍ରତି ୮୦ , ଟମାଟୋ ୧୦୦ , ଭେଣ୍ଡି ୫୦ , ପୋଟଳ ୮୦ , ସଜନା ଛୁଇଁ ୧୦୦ , ଜହ୍ନି ୮୦ , ଫୁଲକୋବି ୮୦ , ବିନ୍ସ ୨୦୦ ଟଙ୍କାରେ ମିଳୁଛି। ୫୦୦ ଟଙ୍କାରେ ପରିବା କିଣି ଯିବା ଲୋକର ବ୍ୟାଗ ମଧ୍ୟ ଭରୁ ନାହିଁ। ସ୍ଥାନୀୟ ଅଞ୍ଚଳରେ ଆମଦାନୀ ଅଭାବରୁ ଏବଂ ବାହାର ରାଜ୍ୟରୁ ପନିପରିବା ଆସୁ ଥିବାରୁ
ଦାମ୍ ବଢ଼ୁଥିବା କୁହାଯାଉଛି।

Leave A Reply

Your email address will not be published.