କେନ୍ଦ୍ରୀୟ ମାଓବାଦୀ ସଂଗଠନର ଅଗ୍ରନେତା ଆର.କେ ଓରଫ ରାମକୃଷ୍ଣଙ୍କ ମୃତ୍ୟୁପରେ ଏବେ ମାଓ ସଙ୍ଗଠନରେ ସମସ୍ୟା ଦେଖାଦେଇଥିବା ବେଳେ ଏବେ ଆନ୍ଧ୍ର ଓଡିଶା ସୀମାରେ ସକ୍ରିୟ ଥିବା ପେଦାବାୟାଲୁ ଏରିଆ କମିଟି ମାଓବାଦୀ ସଙ୍ଗଠନ ର ଟପ ନେତ୍ରୀ କେ.କୁମାରୀ ଓରଫ ଶ୍ଵେତା ଆଜି ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ଏସ.ପି. ବି. କ୍ରିଷ୍ଣ ରାଓଙ୍କ ନିକଟରେ ଆତ୍ମସମର୍ପଣ କରିଛି. ଏହି ଅବସରରେ ଏସ.ପି. ବି. କ୍ରିଷ୍ଣ ରାଓ କହିଛନ୍ତି ଯେ, ବିଶାଖାପାଟଣା ଜିଲା ଜି.କେ. ବିଧି ବାସିନ୍ଦା ମାଓବାଦୀ ନେତ୍ରୀ ଶ୍ଵେତା ଗତ ୨୦୦୯ ମସିହାରେ ନିଜ ମାମୁଁଙ୍କ ପ୍ରୋତ୍ସାହନରେ ଗାଲୀକୋଣ୍ଡା ମାଓ ସଙ୍ଗଠନ ରେ ଦଳରେ ସାମିଲ ହୋଇଥିଲା ଏବଂ ପ୍ରଶିକ୍ଷଣ ପ୍ରାପ୍ତ କରିବା ପରେ ୨୦୧୫ ମସିହା ଠାରୁ ପେଦାବାୟାଲୁ ଏରିଆ କମିଟି ମାଓ ସଙ୍ଗଠନର ଜଣେ ଟପ ମାଓନେତ୍ରୀ ରୂପେ କାର୍ଯ୍ୟକରୁଥିଲେ
. ଶ୍ଵେତା ନାମରେ ଆନ୍ଧ୍ରପ୍ରଦେଶ ଓ ଓଡିଶାର ବିଭିନ୍ନ ପୋଲିସ ଥାନାରେ ୪୬ରୁ ଉର୍ଦ୍ଧ ମାମଲା ରହିଛି. ୬ ଜଣକୁ ହତ୍ୟା, ୫ଟି ପୋଲିସ ସହ ଗୁଳି ବିନିମୟ, ୨ ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ, ୩ ଟି ଜାଗାରେ ସରକାରୀ ଯାନବାହାନରେ ନିଆଁ ଲଗାଇବା, ୨ ଟି ଅପହରଣ, ଅନ୍ୟ ୨୮ ରୁ ଉର୍ଦ୍ଧ ମାମଲା ରେ ଜଡିତ ମାଓନେତ୍ରୀ ଶ୍ଵେତା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ୨୦୧୫ ମସିହାରେ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଶ୍ଵେତା ମିଡ଼ିଆ ସାମ୍ନାରେ କହିଁଛିଯେ, ନିଜ ମାମୁଁ ଜାମ୍ବରୀର ପ୍ରୋତ୍ସାହନରେ ମାଓ ଦଳରେ ସାମିଲ ହୋଇଥିଲି କିନ୍ତୁ ଟପ ନେତା ଆର.କେଙ୍କ ମୃତ୍ୟୁ ପରେ ବର୍ତ୍ତମାନ ମାଓବାଦୀ ସଙ୍ଗଠନର କାର୍ଯ୍ୟଶୈଳୀକୁ ଆଦିବାସୀମାନେ ଘୃଣା ଓ ବିରୋଧ କରୁଥିବା ଯୋଗୁଁ ସେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛି. ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଥଇଥାନ ନିୟମ ଅନୁଯାଇ ମାଓ ନେତ୍ରୀ ଶ୍ଵେତାକୁ ସମସ୍ତ ସରକାରୀ ସାହାଯ୍ୟ ପ୍ରଦାନ କରାଯିବା ସହ ତା ଉପରେ ରହିଥିବା ୪ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବା ବୋଲି ପୋଲିସ ଏସ.ପି. ବି. କ୍ରିଷ୍ଣ ରାଓ ପ୍ରକାଶ କରିଛନ୍ତି.