ରାଉରକେଲା : କୋଏଲ ନଦୀ କୂଳରେ ବେଆଇନ ନାଲି ଇଟା ଭାଟି ଚାଲୁଥିବା ଅଭିଯୋଗ।। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଯାଞ୍ଚ।

0 456

ରାଉରକେଲା : ୪/୭ (ସତ୍ୟାନ୍ୟୁଜ) ମାଟିରେ ତିଆରି କରାଯାଉଥିବା ନାଲି ଇଟା କୁ ରାଜ୍ୟରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହା ସ୍ଵତ୍ତ୍ୱେ ରାଉରକେଲାର ଆଖପାଖରେ ମାଟି ଇଟା ପ୍ରସ୍ତୁତି ଖୋଲାଖୋଲି ଭାବେ ଚାଲିଛି। ଫଳରେ ମାଟି କ୍ଷୟ ହେବା ସହ ପ୍ରଦୂଷଣ ବୃଦ୍ଧି ପାଉଛି। ବିଶ୍ରା ବ୍ଲକର ଜାମସେରା ପଞ୍ଚାୟତରେ ଏ ପ୍ରକାର ବେଆଇନ ଇଟାଭାଟି ଚାଲିଥିବାର ଅଭିଯୋଗ ହୋଇଛି। କୋଏଲ ନଦୀ କୂଳରେ ଅବସ୍ଥିତ ଏହି ଇଟାଭାଟିରେ ନଦୀ ବାଲି , ଚାଷ ଜମି ମାଟି ବେଆଇନ ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଏହା ସାଙ୍ଗକୁ ଇଟା ପୋଡିବାକୁ କୋଇଲା ବ୍ୟବହାର କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ହେଉଛି। ଗ୍ରାମବାସୀ ମାନେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏ ବାବଦରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ସଂସ୍ଥା ପକ୍ଷରୁ ସ୍ଥାନୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ସୋମବାର ଦିନ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ଏକ ଟିମ୍ ବେଆଇନ ଇଟା ଭାଟିର ଯାଞ୍ଚ କରିଥିବା ଜଣାପଡ଼ିଛି। ତେବେ ଏହାପ୍ରକାର ବେଆଇନ ଇଟା ପ୍ରସ୍ତୁତି ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.