ରାଉରକେଲା : ତୁମକେଲା ଖଡ଼ିଆପଡା ବସ୍ତିର ବିଭିନ୍ନ ସମସ୍ୟା ନେଇ ସହର ସେବା ଅଧିକାରୀଙ୍କ ସହ ଅଲୋଚନା କଲେ ସମାଜସେବୀ ପ୍ରଶାନ୍ତ ସେଠି।

0 489

ରାଉରକେଲା : ୪/୭ (ସତ୍ୟାନ୍ୟୁଜ) ରାଉରକେଲା ସେକ୍ଟର ଅଞ୍ଚଳରେ ଥିବା ତୁମକେଲା , ଖଡ଼ିଆପଡାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ ସେଠୀ ଉଦ୍ୟମ ଆରମ୍ଭ କରିଛନ୍ତି। ଖଡିଆପଡାର କିଛି ଯୁବକଙ୍କ ସହ ଇସ୍ପାତ କାରଖାନା ସହରସେବା କାର୍ଯ୍ୟାଳୟର ମୁଖ୍ୟଙ୍କୁ ଭେଟି ତୁମକେଲା ର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ପ୍ରଶାନ୍ତ। ଖଡିଆପଡା ରେ ୫୦୦୦ରୁ ଉର୍ଦ୍ଧ ଲୋକ ରହୁଥିବା ବେଳେ ଏଠାରେ ପାନୀୟ ଜଳର ଘୋର ଅଭାବ ରହିଛି। ଏହି ଅଞ୍ଚଳରେ ସୋଲାର ପାଣି ବ୍ୟବସ୍ଥା କରିବା ସହିତ ସୋଲାର ଲାଇଟ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଖଡ଼ିଆପଡା ବାସିନ୍ଦା। ଠେତାନୀ ବସ୍ତି ରୁ ଖଡିଆପଡା ବସ୍ତି ପର୍ଯ୍ୟନ୍ତ କଂକ୍ରିଟ ରୋଡ଼ ନଥିବା ରୁ ବର୍ଷା ଦିନେ କାଦୁଅ ହେଇଯାଉଛି। ଗମନା ଗମନରେ ଅସୁବିଧା ହେଉଛି। ମଟର ସାଇକେଲ, ସାଇକେଲ କି ଚାଲିକି ଯିବା ମଧ୍ୟ ସମ୍ଭବ ହୋଇ ପାରୁନାହିଁ। ସ୍କୁଲ କଲେଜ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଏହି ସମସ୍ତ ସମସ୍ୟା କିପରି ଯଥାଶୀଘ୍ର ସମାଧାନ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଖଡିଆ ପଡା ବସ୍ତି ବାସିନ୍ଦା ଅନୁରୋଧ କରିଛନ୍ତି।

Leave A Reply

Your email address will not be published.