ବିରମିତ୍ରପୁର : ୩/୭ (ସତ୍ୟାନ୍ୟୁଜ) ଟମାଟୋ ଦାମ ଦିନକୁ ଦିନ ବଢି ବଢି ଚାଲିଛି। ରାଉରକେଲାରେ ଟମାଟୋ କେଜି ପ୍ରତି ୧୩୦ ରୁ ୧୪୦ ଟଙ୍କା ଥିବା ବେଳେ ବିରମିତ୍ରପୁରରେ କେଜି ପ୍ରତି ୧୨୦ ଟଙ୍କା ରହିଛି। ୨ ଦିନ ପୂର୍ବରୁ ଏଠାରେ ୧୪୦ ରୁ ୧୫୦ ଟଙ୍କା କେଜି ପ୍ରତି ଟମାଟୋ ବିକ୍ରି ହେଉଥିଲା। ତେବେ ଆଜି ରେଟ୍ ରେ ସାମାନ୍ୟ କମ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକମାନେ ଟମାଟୋ କିଣିବା କମ କରିଦେଇଛନ୍ତି। ଗତକାଲି ବିରମିତ୍ରପୁର ରବିବାର ହାଟ ବସିଥିବା ବେଳେ ବେପାରୀ ମାନେ ବାଙ୍ଗାଲୋର ରୁ ଟମାଟୋ ମଗାଇ ବିକ୍ରି କରୁଥିବା ଦେଖା ଯାଇଥିଲା। ସିଜନ୍ ସମୟରେ ଏଠାରେ ଟମାଟୋ କେଜି ପ୍ରତି ୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହାର ଅହେତୁକ ଦର ବୃଦ୍ଧି ଲୋକଙ୍କୁ କମ ଟମାଟୋ କିଣିବାକୁ ବାଧ୍ୟ କରୁଛି।