ସୁନ୍ଦରଗଡ଼ : ରିମାଣ୍ଡ ଅବିଧି ଶେଷ ହେବାପରେ ଜେଲ ଗଲେ ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ।। ଆଉ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠାବ।

0 425

ସୁନ୍ଦରଗଡ଼ : ୩/୭ (ସତ୍ୟାନ୍ୟୁଜ)
୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଭିଜିଲାନ୍ସ ବିଭାଗ ଆଜି ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ସୁନ୍ଦରଗଡ ସ୍ବତନ୍ତ ଭିଜିଲାନ୍ସ କୋର୍ଟରେ ହାଜର କରିଛନ୍ତି। ରିମାଣ୍ଡ ଅବିଧିରେ ଜେରା ପରେ ଶ୍ରୀ ରାଉତଙ୍କ ଆଉ କେତେକ ସମ୍ପତ୍ତି ଠାବ କରାଯାଇଛି। ବେନାମୀ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୨୦ ଲକ୍ଷ ଟଙ୍କା ଠାବ କରାଯାଇଥିବା ବେଳେ ତିନୋଟି ବେନାମୀ ପ୍ଲଟ ମଧ୍ୟ ଠାବ କରାଯାଇଛି। ତନ୍ମଧ୍ୟରୁ ଭଦ୍ରକରେ ଗୋଟିଏ ଏବଂ ଭୁବନେଶ୍ୱରରେ ଦୁଇଟି ପ୍ଲଟ ରହିଛି। ଭଦ୍ରକ ରେ ଥିବା ୟୁକୋ ବ୍ୟାଙ୍କରେ ତାଙ୍କର ଏକ ଲକର ମଧ୍ୟ ରହିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟଯେ ଗତ ଜୁନ ୨୪ ତାରିଖରେ ୫କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ। ସେତେ ବେଳେ ଚଢ଼ାଉରେ ତାଙ୍କ ଘରୁ ନଗଦ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିଲା। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.