ଜଶୀପୁର : ହାତୀ ଦାନ୍ତ ବିକ୍ରି ମୂଲଚାଲ ଚାଲୁଥିବା ବେଳେ ମାଡି ବସିଲେ ବନ କର୍ମଚାରୀ।। ୫ ଗିରଫ।। ୪ଟି ହାତୀ ଦାନ୍ତ ଜବତ।
ଜଶୀପୁର : ୩/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ପାଦୁର୍ଭାବ ବଢି ବଢି ଚାଲିଛି। ଏହି ଜଙ୍ଗଲରୁ ହାତୀ ସମେତ ବିଭିନ୍ନ ବନ୍ୟଜନ୍ତୁ ଶିକାର କରୁଛନ୍ତି ଶିକାରୀ। ଏହା ପଛରେ ଏକ ବଡ଼ ଧରଣର ରାକେଟ କାମ କରୁଥିବା ଆଲୋଚନା ହେଉଛି। ଏହି ସମୟରେ ଜଶୀପୁର ବ୍ଲକ ର ଚାକିଡି ପଞ୍ଚାୟତର ଉସିକି ଗାଁରୁ ବନବିଭାଗ ଚାରୋଟି ହାତୀ ଦାନ୍ତ ଜବତ କରିଛି। ହାତୀଦାନ୍ତ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଆତର୍କିତ ଚଢ଼ାଉ କରାଯାଇଥିଲା। ଏ ବାବଦରେ ୫ ଜଣଙ୍କୁ ଗିରଫ କରାଯିବା ସହ ଦୁଇଟି ବାଇକ ଜବତ ହୋଇଛି। ସୂଚନାଯୋଗ୍ୟଯେ ଗତ ଛଅ ମାସ ମଧ୍ୟରେ ଶିମିଳିପାଳ ଜଙ୍ଗଲରେ ୫ଟି ହାତୀ ମୃତ୍ୟୁ ବରଣ କରିଛନ୍ତି। ତା ମନ୍ଧ୍ୟାରୁ ତିନୋଟି ହାତୀ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।