ରାଉରକେଲା : ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ତିଲିକା ନଗର ବସ୍ତି ଗସ୍ତ। ପାନୀୟ ଜଳ , ଡ୍ରେନ , ରେସନ କାର୍ଡ ସମସ୍ୟାର ସମାଧାନ ପ୍ରତିଶ୍ରୁତି।

0 224

ରାଉରକେଲା : ୨/୭ (ସତ୍ୟାନ୍ୟୁଜ) ସମାଜସେବୀ ପ୍ରଶାନ୍ତ ସେଠୀ ରବିବାର ଦିନ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମରେ ତିଲିକା ନଗର ବସ୍ତି ପରିଦର୍ଶନ କରିଥିଲେ। ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ବନ୍ଧମୁଣ୍ଡା ଅଞ୍ଚଳର ଏହି ବସ୍ତିଟି ସବୁବେଳେ ସମସ୍ୟା ଘେରରେ ଥାଏ। ସାମାଜିକ ସ୍ତରରେ ବୃଦ୍ଧ , ବୃଦ୍ଧା , ବିଧବା, ଭିନ୍ନକ୍ଷମ ମାନେ ପାଇବାକୁ ଥିବା ଭତ୍ତାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସିଥିଲା। ଏହା ଛଡା ରେସନ କାର୍ଡ ନଥିବା ଏବଂ ଅର୍ଥାଭାବରୁ ଚିକିତ୍ସା ଲାଗି ହଇରାଣ ହେଉଥିବା ଲୋକମାନଙ୍କୁ ପ୍ରଶାନ୍ତ ଭେଟିଥିଲେ। ବସ୍ତିରେ ପାନୀୟ ଜଳ ସମସ୍ୟା , ଡ୍ରେନ ସମସ୍ୟା ବାବଦରେ ଅବଗତ ହୋଇ ବିଭାଗୀୟ ଅଧିକାରୀଙ୍କ ଜରିଆରେ ସମସ୍ୟା ସମାଧାନ କରିବାକୁ ପ୍ରଶାନ୍ତ ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ମଦନମୋହନ ଜେନା , ବାସନ୍ତୀ ଜେନା, ସନ୍ଧ୍ୟା ମୁଦୁଲୀ, ସଞ୍ଜୟ ବେହେରା ରଘୁନାଥ ସାହୁ ଦଶରଥ ରାଉତ, ସୌରଭ ଜେନା,ରାଜକୁମାର ମହାପାତ୍ର,ରତ୍ନାକର ସାମନ୍ତରାୟ, ସତ୍ୟ ରଞ୍ଜନ ଲେଙ୍କା, ରୋନିତ କୁମାର ସାମନ୍ତରାୟ, ସରୋଜ ନାୟକ, ସିମାଞ୍ଚଳ ଖଣ୍ଡୁଆଳ, ବିଶ୍ୱ ରଞ୍ଜନ ରାଉତ, ଜିତେନ୍ ମାଛଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.