ସୁନ୍ଦରଗଡ : ୪ଟି କୋଇଲା ଖଣି ବନ୍ଦ କଲେ ଗ୍ରାମବାସୀ।। ପୁନର୍ବାସ ଏବଂ ଥଇଥାନ ଦାବିରେ ବିସ୍ଥାପିତଙ୍କ ଆନ୍ଦୋଳନ।। କୋଇଲା ପରିବହନ ଏବଂ ଉତ୍ତୋଳନ ଠପ୍ପ।
ସୁନ୍ଦରଗଡ : ୧/୭ ( ସତ୍ୟାନ୍ୟୁଜ) ବିଭିନ୍ନ ଦାବିରେ ପୁଣି ବିସ୍ଥାପିତ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ ଚାରୋଟି କୋଇଲା ଖଣିରୁ ପରିବହନ ଏବଂ କୋଇଲା ଉତ୍ତୋଳନ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ସୁନ୍ଦରଗଡ ଜିଲ୍ଲା ହେମଗିରି ତହସିଲର ୧୪ଟି ଖଣି ପ୍ରଭାବିତ ଗ୍ରାମବାସୀ ଥଇଥାନ ଓ ପୁନର୍ବାସ ସମ୍ପର୍କିତ ୧୧ ଦଫା ଦାବି ନେଇ ରବିବାର ଦିନ ଧାରଣାରେ ବସିଛନ୍ତି। ଏମ୍ ସି ଏଲ୍ ର ଚାରୋଟି କୋଇଲା ଖଣି ବସୁନ୍ଧରା, କୁଲଡ଼ା, ଗର୍ଜନବାହାଲ ଓ ସିଆରମାଲ ଖଣିକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ
ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସୁଚନା ଯୋଗ୍ୟ ଯେ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ପରେ ମଧ୍ଯ ଏମସିଏଲ କର୍ତ୍ତୃପକ୍ଷ କ୍ଷତିପୂରଣ ପ୍ରଦାନ ଏବଂ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରିବା ଦିଗରେ ତାଳ ଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଅନେକ ଥର ପ୍ରଶାସନର ମଧ୍ୟସ୍ଥତାରେ ବିସ୍ଥାପିତ ଏବଂ
ଏମ୍ ସି ଏଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ମଧ୍ୟ ଏମସିଏଲ କ୍ଷତିପୂରଣ ପ୍ରଦାନ ରେ ଅବହେଳା କରିଆସୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଫଳରେ ବାଧ୍ୟ ହୋଇ ଖଣି ବନ୍ଦ ଆନ୍ଦୋଳନ କରା ଯାଇଥିବା କହିଛନ୍ତି ଗ୍ରାମବାସୀ।