ମୟୁରଭଞ୍ଜ : ୨/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ବିଭିନ୍ନ କିସମର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୁଚେଇବୁଢୀ ସ୍ଥାୟୀ ନର୍ସରୀରେ ଔଷଧୀୟ ଚାରା ହରିଡା , ବାହାଡା, ଅଁଳା,ଅଶୋକ, ବେଲ ଇତ୍ୟାଦି ବଣ୍ଟନ କରାଯାଇଥିଲା। ସେହିପରି ଫଳନ୍ତି ବୃକ୍ଷ ଆମ୍ବ, ପଣସ, ପିଜୁଳି, ଡାଳିମ୍ବ,ଲେମ୍ବୁ ଇତ୍ୟାଦି ବୃକ୍ଷ ମଧ୍ୟ ଦିଆଯାଇଥିଲା। ଜଙ୍ଗଲ ଜାତୀୟ ବୃକ୍ଷ ଶାଳ, ପିଆଶାଳ, ଶିଶୁ, ବର, ନିମ୍ବ, ବାଉଁଶ, କୁସୁମ,କରଞ୍ଜ,ମହୁଲ,କଦମ୍ବ ଆଦି ବୃକ୍ଷ ବଣ୍ଟନ କରାଯିବା ସହ ଜାଳେଣୀ ଉପଯୋଗୀ ବୃକ୍ଷ ଦେବଦାରୁ,ଆକାଶିଆ, ୟୁକାଲିପଟାସ ଆଦି ଚାରା ଦିଆଯାଇଥିଲା । ପ୍ରତି ଚାରାଗଛର ମୂଲ୍ୟ ୧ ଟଙ୍କା ରଖାଯାଇଛି। ସମାନ ପ୍ରକାର କାର୍ଯ୍ୟକ୍ରମ ରାଇରଙ୍ଗପୁର ବନଖଣ୍ଡର ସମସ୍ତ ବ୍ଲକମାନଙ୍କରେ ଚାଲୁରହିଛି ବୋଲିି ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ | ଆଗରୁ ଲୋକମାନଙ୍କୁ ମାଗଣାରେ ଚାରା ଯୋଗାଇ ଦିଆଯାଉଥିଲା ମାତ୍ର ଏବେ ମାତ୍ର ୧ ଟଙ୍କାରେ ବିଭିନ୍ନ କିଶମର ଚାରା ଲୋକେ ପାଇପାରିବେ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଏଥିରେ ରାଇରଙ୍ଗପୁର ବନଖଣ୍ଡର କର୍ମଚାରୀ ମାନେ ଉପସ୍ଥିତ ରହି ଲୋକମାନଙ୍କୁ ଚାରା ବଣ୍ଟନ କରିଥିଲେ। ଆଜି ପ୍ରାୟ ୧୦୦୦ଟି ବିଭିନ୍ନ କିଶମର ଚାରା ବିକ୍ରି ହୋଇଥିଲା।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳର ଲୋକମାନେ ସାମିଲ ହୋଇଥିଲେ।