ସୁନ୍ଦରଗଡ଼ : ୧/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଭସ୍ମ। ଥାନା ଅନ୍ତର୍ଗତ ବିଲେଇଗଡ଼ ଗ୍ରାମରେ ଚଳନ୍ତା ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡିର ମାଲିକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ରାଉରକେଲା ଆଇଜିଏଚ ରେ ଭର୍ତ୍ତି କରାଯାଇଛି। ଗାଡି ମାଲିକ ଦାରାସିଂହ ବାଗ ଆଜି ତାଙ୍କ ମାରୁତି ବାଲେନୋ ଗାଡ଼ିରେ ଯାଉଥିବା ବେଳେ ହଠାତ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଦାରା ସିଂ ବାଗ କଳାହାଣ୍ଡି ପାୱାର ଗ୍ରୀଡ଼ ରେ ଇଞ୍ଜିନିୟର ଭାବେ କାମ କରନ୍ତି। ଏକ ବିବାହ କାର୍ଯ୍ୟ ଉପଲକ୍ଷେ ସେ ନିଜ ଗ୍ରାମ ବିଲେଇଗଡ଼ ଆସିଥିଲେ । ଆଜି ସକାଳ ୧୧ଟା ପାଖାପାଖି ଘରୁ ଗାଡ଼ି ବାହାର କରି ରାସ୍ତା ଉପରକୁ ନେଇ କି ଆସୁଥିବା ବେଳେ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ସେ ଗାଡ଼ିଟିକୁ ନିକଟସ୍ଥ ଏକ ଚାଷ ଜମି କୁ ଓହ୍ଲାଇ ଦେଇଥିଲେ। ହେଲେ ଗାଡ଼ି ରେ ନିଆଁ ଏତେ ଜୋର ରେ ଲାଗିଯାଇଥିଲା ଯେ ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ତାଙ୍କୁ ପ୍ରଥମେ ସୁନ୍ଦରଗଡ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଆଇଜିଏଚ କୁ ସ୍ଥାନାନ୍ତର କରାଯାଇଛି। ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଛି।