ସୁନ୍ଦରଗଡ଼ : ହାଇ ଟେକ୍ ସର୍ଭେ ଏବଂ ବନ୍ଦୋବସ୍ତକୁ ବିରୋଧ କରି ଆଦିବାସୀଙ୍କ ଶୋଭାଯାତ୍ରା।। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

0 585

ସୁନ୍ଦରଗଡ଼ : ୧/୭ (ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ହାଇ ଟେକ୍ ସର୍ଭେ ଏବଂ ବନ୍ଦୋବସ୍ତକୁ ବିରୋଧ କରିଛନ୍ତି ଆଦିବାସୀ ମଞ୍ଚ। ଏହି ସର୍ଭେ ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଆଦିବାସୀ । ହାଇଟେକ୍ ସର୍ଭେକୁ ବେଆଇନ ଦର୍ଶାଇ ସୁନ୍ଦରଗଡ ଜିଲ୍ଲା ମାଟି ବଞ୍ଚାଅ ମଞ୍ଚ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ଏହା ବିରୁଦ୍ଧରେ
ମଞ୍ଚ ପକ୍ଷରୁ ହଜାର ହଜାର ଆଦିବାସୀ ଏକ ଶୋଭାଯାତ୍ରାରେ ଆସି ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନୂଆ ବସଷ୍ଟାଣ୍ଡ ଲୁହୁରାଢ଼ିପା ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯନ୍ତ ଏହି ରାଲି ଆସିଥିଲା। ହାଇଟେକ୍ ସର୍ଭେ ଓ ବନ୍ଦୋବସ୍ତ କୁ ରଦ୍ଦ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ବିରୋଧ ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ , ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.