କାରଞ୍ଜିଆ : ୧/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ହାଟରୁ ସଉଦା ନେଇ କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ । ରୋଷେଇ ପାଇଁ ଅପେକ୍ଷା କରୁଥିଲେ ପରିବାର ଲୋକେ। କିନ୍ତୁ ବିଧିର ବିଧାନ ଥିଲା ଅନ୍ୟପ୍ରକାର। ରାସ୍ତାରେ ଯାଉଥିବା ବେଳେ ଘରଠାରୁ କେଇ ମିଟର ଦୂରରେ ପଛ ପଟୁ ଧକ୍କା ଦେଲା କ୍ରେନ । ଧକ୍କା ଦେବା ପରେ ଯୁବକଙ୍କ ଉପରେ ମାଡି ଗଲା କ୍ରେନ। ଏପରି ଦୁଃଖ ଦାୟକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ କପ୍ତିପଦା-ବାଲେଶ୍ୱର ରାଜ୍ୟ ରାଜପଥରେ । ମହୁଲଡିହା ଗ୍ରାମର ସଦାନନ୍ଦ ଯାଉଥିଲେ ହାଟକୁ । ସେ ରାଜ୍ୟ ରାଜପଥରେ ସାଇକେଲ ଯୋଗେ ଯାଉଥିବା ବେଳେ ପଛ ପଟୁ କ୍ରେନ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ କ୍ରେନ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ୍ କ୍ରେନକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।